ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୨.୭୫%, ନୂଆ ସିରିଜ୍ ଆଧାରରେ ତଥ୍ୟ ଜାରି କଲା ପରିସଂଖ୍ୟାନ ମନ୍ତ୍ରଣାଳୟ

NEWS7
tributes-to-atal-bihari-vajpayee-on-his-birth-anniversary

ଭୁବନେଶ୍ବର: ଚଳିତ ବର୍ଷ ଜାନୁଆରୀ ଭାରତର ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୨.୭୫% ରହିଥିଲା। ପରିସଂଖ୍ୟାନ ମନ୍ତ୍ରଣାଳୟ ନୂଆ ସିରିଜ୍ ଆଧାରରେ ଏହି ତଥ୍ୟ ପ୍ରକାଶ କରିଛି। ସେହିଭଳି ଜାନୁଆରୀରେ ଉପଭୋକ୍ତା ଖାଦ୍ୟ ମୂଲ୍ୟ ସୂଚକାଙ୍କ (CFPI) ଆଧାରିତ ଖାଦ୍ୟ ମୁଦ୍ରାସ୍ଫୀତି ୨.୧୩% ରହିଥିଲା।

ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ୧.୯୬ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସହରାଞ୍ଚଳରେ ଏହି ବୃଦ୍ଧି ୨.୪୪ ପ୍ରତିଶତ ରହିଛି। ଜାନୁଆରୀରେ ଘରୋଇ ମୁଦ୍ରାସ୍ଫୀତି ବାର୍ଷିକ ତୁଳନାରେ ୨.୦୫ ପ୍ରତିଶତ ରହିଛି। ଗତ ମାସରେ ଗ୍ରାମାଞ୍ଚଳରେ ଏହା ୨.୩୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସହରାଞ୍ଚଳରେ ଏହି ବୃଦ୍ଧି ୧.୯୨ ପ୍ରତିଶତ ରହିଛି।

ମନ୍ତ୍ରଣାଳୟ ଅଧୀନରେ ଥିବା ଏନଏସଓ ଦରବୃଦ୍ଧି (ସିପିଆଇ)ର ନୂଆ ସିରିଜ ଜାରି କରିଛି। ୨୦୨୬ ଜାନୁଆରୀରେ ସିପିଆଇ ତଥ୍ୟରେ ଆଧାର ବର୍ଷକୁ ପରିବର୍ତ୍ତନ କରି ୨୦୨୪ କରାଯାଇଛି। ଏଥିରେ ଦାମ୍ର ସ୍ଥିତିକୁ ଠିକ୍ ଢଙ୍ଗରେ ଉପସ୍ଥାପନ କରିବା ପାଇଁ ସାମଗ୍ରୀ ସଂଖ୍ୟା ୨୫୯କୁ ବଢ଼ାଇ ୩୦୮ ଏବଂ ସେବା ସଂଖ୍ୟା ୪୦ରୁ ବଢ଼ି ୫୦ କରାଯାଇଛି।