TRF କ’ଣ ? ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଏହି ଆତଙ୍କୀ ସଗଂଠନ

Published By : Prameya-News7 Bureau | April 22, 2025 IST

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଦ ରେସିଡେଣ୍ଟ ଫ୍ରଣ୍ଟ ନାଁ ଖବରରେ ରହିଛି । ଏହି ସଂଗଠନ ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଟିଆରଏଫ୍ ନାଁରେ କୁଖ୍ୟାତ ଏହି ଆତଙ୍କୀ ସଂଗଠନ ଚେତାବନୀ ଦେଇଛି ଯେ ଉପତ୍ୟକାରେ ଏଭଳି ଆକ୍ରମଣ ଜାରି ରହିବ । ୨୦୧୯ରେ ଗଠିତ ଟିଆରଏଫ୍ ଟେରର କିଲିଂର ଅନେ ଘଟଣା ଘଟାଇ ସାରିଛି ।

୨୦୧୯ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯାଇଥିଲା । ଏହା ପରେ ଆତଙ୍କୀ ସଂଗଠନଗୁଡ଼ିକରେ ଆତଙ୍କ ଖେଳି ଯାଇଥିଲା । ସୀମା ପାରରୁ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିପାରିଲେ ନାହିଁ । ତେଣୁ ହାଫିଜ୍ ସଇଦର ଲସ୍କର-ଏ-ତୋଏବା ଏବଂ ଇଣ୍ଡିଆନ ମୁଜାହିଦ୍ଦିନ୍ ମିଶି TRF ଗଠନ କଲେ ।

ORF ପତ୍ରିକା ୨୦୨୧ରେ TRF ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲା । ଏହା ଅନୁଯାୟୀ, ଏହି ଆତଙ୍କୀ ସଂଗଠନ ଗଠନରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏକ ବଡ଼ ଭୂମିକା ଗ୍ରହଣ କରିଥିଲା । ଏପରିକି ସଂଗଠନର ନାମ ISI ଅଧିକାରୀ ହିଁ ପ୍ରସ୍ତାବ ଦେଇଥିଲେ । ଟିଆରଏଫ୍ ପ୍ରଥମ ଆତଙ୍କୀ ସଂଗଠନ, ଯାହାର ନାଁ ଇଂରାଜୀରେ ଦିଆଯାଇଛି । ସାଧାରଣତଃ ଆତଙ୍କୀ ସଂଗଠନଗୁଡ଼ିକର ନାଁର ଉର୍ଦ୍ଦୁ କିମ୍ୱା ଫରାସୀ ଶବ୍ଦରେ ରହିଥାଏ । କୁହାଯାଉଛି ଯେ ଦୁନିଆର ନଜରରୁ ବଞ୍ଚିବା ପାଇଁ ପାକିସ୍ତାନ ଗୁଇନ୍ଦା ଏଜେନ୍ସିର ଅଧିକାରୀମାନେ ଇଂରାଜୀ ଶବ୍ଦ ବ୍ୟବହାର କରିଥିଲେ ।

ଏହି ସଂଗଠନର ସବୁ ଆତଙ୍କବାଦୀ ଜାମ୍ମୁ କାଶ୍ମୀରର ବାସିନ୍ଦା । ସଂଗଠନ ସହ ଜଡ଼ିତ ହେବା ପୂର୍ବରୁ ସୀମା ଆରପଟକୁ ନେଇ ଟ୍ରେନିଂ ଦିଆଯାଏ । ଏହାପରେ ପୁଣି ଥରେ ଜାମ୍ମୁ କାଶ୍ମୀରକୁ ଫେରନ୍ତି । ଟିଆରଏଫର ଆତଙ୍କବାଦୀ ହମଲା କରିବା ପୂର୍ବରୁ ନିଜ ଘରେ ରହିଥାନ୍ତି । ଅର୍ଡର ମିଳିବା ପରେ ଏକାଠି ହୁଅନ୍ତି ପରେ ଆକ୍ରମଣ କରନ୍ତି । ଏହି ଆତଙ୍କୀ ସଂଗଠନକୁ ଶେଖ ସଜ୍ଜାଦ ଗୁଲ ସ୍ଥାପନ କରିଥିଲା, ତଥାପି ଏହାର କେହି ମୁଖିଆ ନାହାନ୍ତି । ଏଥିରେ କମାଣ୍ଡର ସିଷ୍ଟମ ରହିଛି । ଟିଆରଏଫର ସବୁ କମାଣ୍ଡରଙ୍କୁ ପାକିସ୍ତାନକୁ ଅର୍ଡର ଆସିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.