ଟ୍ରେଣ୍ଡ୍‌ସରେ ଆରମ୍ଭ ହେଲା ‘ରଜ ମଉଜ’, କିଣାକିଣି ଉପରେ ମିଳୁଛି ଆକର୍ଷଣୀୟ ଉପହାର

Published By : Prameya-News7 Bureau | June 09, 2025 IST

ଭୁବନେଶ୍ୱର: ଉତ୍ସବ ଋତୁରେ ଗ୍ରାହକଙ୍କ ପାଇଁ ରିଲାଏନ୍ସ ଟ୍ରେଣ୍ଡ୍‌ସ ଆଣିଛି ସ୍ବତନ୍ତ୍ର ଅଫର। 'ଟ୍ରେଣ୍ଡ୍‌ସ' ପକ୍ଷରୁ ‘ରଜ ମଉଜ ଓ ଶ୍ରେଷ୍ଠ ରଜ ଲୁକ୍ସ ପ୍ରତିଯୋଗିତା' ସହ ରଜ ଅଭିଯାନ ଶୁଭାରମ୍ଭ ଘୋଷଣା କରାଯାଇଛି।

ଟ୍ରେଣ୍ଡସରେ ଆରମ୍ଭ ହୋଇଥିବା ଏହି ଅଫରରେ ୩,୪୯୯/- ଟଙ୍କା କିମ୍ବା ତା'ଠାରୁ ଅଧିକ ମୂଲ୍ୟର କିଣାକିଣି କରୁଥିବା ଗ୍ରାହକମାନେ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇପାରିବେ। ଏଥିସହ ଏହି ଅବଧି ମଧ୍ୟରେ ଗ୍ରାହକମାନେ ଶ୍ରେଷ୍ଠ ରଜ ଲୁକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆକର୍ଷଣୀୟ ପୁରସ୍କାର ମଧ୍ୟ ଜିତିପାରିବେ ।

ସେହିଭଳି ଟ୍ରେଣ୍ଡ୍‌ସ ଗ୍ରାହକମାନଙ୍କ ଠାରୁ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆବେଦନ ଆମନ୍ତ୍ରଣ କରୁଛି। ଯେଉଁଥିରେ ସେମାନେ ନିଜର ଏକ ସେଲ୍ଫ କ୍ଲିକ୍ କରି ସେମାନଙ୍କ ଇନଷ୍ଟାଗ୍ରାମ କିମ୍ବା ଫେସବୁକ୍ ପ୍ରୋଫାଇଲରେ ପୋଷ୍ଟ କରିବା ସହିତ ଇନଷ୍ଟାଗ୍ରାମରେ @Trends.Official ପେଜକୁ ଟ୍ୟାଗ୍ କରି ଶ୍ରେଷ୍ଠ ରଜ ଲୁକ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।

ଟ୍ରେଣ୍ଡ୍‌ସ ଷ୍ଟୋରଗୁଡ଼ିକରେ ଆଧୁନିକ ଲୁକ୍ ଏବଂ ପରିବେଶ ରହିଛି ଯେଉଁଥିରେ ଉତ୍ତମ ଗୁଣବତ୍ତା ଏବଂ ଫ୍ୟାଶନ ସାମଗ୍ରୀର ଏକ ଆକର୍ଷଣୀୟ ପରିସର ରହିଛି ଯାହାକି ସ୍ଥାନୀୟ ଅଞ୍ଚଳର ଉପଭୋକ୍ତାମାନଙ୍କ ପସନ୍ଦ ଅନୁରୂପ ଏବଂ ସୁଲଭ ମୂଲ୍ୟରେ ଉପଲବ୍ଧ । ଗ୍ରାହକ ପୋଷାକ କ୍ରୟ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର ସର୍ବାଧିକ ଲାଭ ପାଇଥାନ୍ତି । ଗ୍ରାହକମାନେ ଟ୍ରେଣ୍ଡ୍‌ସ ଷ୍ଟୋରଗୁଡ଼ିକରେ ଟ୍ରେଣ୍ଡି ଓମେନ୍ସ ୱେୟାର, ମେନ୍‌ସ ୱେୟାର, କିଡ୍ସ ୱେୟାର ଏବଂ ଫ୍ୟାସନ ଆସେସୋରିଜ୍‌କୁ ଉତ୍ତମ ମୂଲ୍ୟରେ କିଣିବାର ଏକ ଅନନ୍ୟ ଏବଂ ଉତ୍କୃଷ୍ଟ ଅନୁଭୂତି ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.