କିନ୍ନର ପାଳିଲେ ସାବିତ୍ରୀ ବ୍ରତ, ବର ଗଛକୁ ପିନ୍ଧାଇଲେ ଶାଢୀ

Published By : Prameya-News7 Bureau | May 26, 2025 IST

ଭୁବନେଶ୍ୱର ୨୬/୦୬: ଆଜି ସାରା ରାଜ୍ୟରେ ପାଳିତ ହୋଇଛି ସାବିତ୍ରୀ ବ୍ରତ । ସଧବା ନାରୀମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଏହାରି ଭିତରେ ବ୍ରତ ପାଳିଛନ୍ତି କିନ୍ନରମାନେ । କିନ୍ନର ସୁଇଟି ତାଙ୍କ ସମର୍ଥକ ମାନେ ଭୁବନେଶ୍ୱର ଡମଣାରେ ଥିବା ଏକ ବର ଗଛ ମୂଳରେ ପୂଜା କରିଛନ୍ତି। 

ସୁଇଟି ତାଙ୍କ ଗୁରୁଙ୍କୁ ପୂଜା କରିଥିବା ବେଳେ ତାଙ୍କ ଶିଷ୍ୟ ମାନେ ତାଙ୍କ ପାଇଁ ସାବିତ୍ରୀ ବ୍ରତ କରିଛନ୍ତି। ବର ଗଛକୁ ଶାଢ଼ୀ ପିନ୍ଧାଇଛନ୍ତି। ମଥାରେ ସିନ୍ଦୂର ନାଇଛନ୍ତି। ସମସ୍ତଙ୍କ ଶୁଭ ମନାସିଛନ୍ତି ସୁଇଟି ଓ ଅନ୍ୟ ମାନେ। ଅନ୍ୟପଟେ ମେନକା କିନ୍ନର ବି ନୟାପଲ୍ଲୀ ରେ ପ୍ରତି ବର୍ଷ ଭଳି ଚଳିତ ଥର ବି ସାବିତ୍ରୀ ବ୍ରତ କରିଛନ୍ତି। 


ସେହିଭଳି ପ୍ରତ୍ୟେକ ବର୍ଷ ଭଳି ଆଜି ବି କିନ୍ନର ଆଖଡ଼ା ତରଫରୁ ପଳାଶପଲ୍ଲି ଠାରେ ଏ ବର୍ଷ କିନ୍ନର ମାନଙ୍କ ସାବିତ୍ରୀ ବ୍ରତ ପୂଜା କରାଯାଇଛି । ମହାମଣ୍ଡଳେଶ୍ୱର କିନ୍ନର ଆଖଡ଼ା ମୁଖ୍ୟ ମୀରା ପରିଡ଼ାଙ୍କୁ ଗୁରୁ ଭାବେ ପୂଜା କରିଛନ୍ତି ତାଙ୍କ ଶିଷ୍ୟ ମାନେ। ତାଙ୍କ ପାଇଁ ଉପବାସ କରିଛନ୍ତି। ବିଭିନ୍ନ ଫଳମୂଳ ଭୋଗ ଲଗାଇଛନ୍ତି । 


ଘର ଛାଡି କିନର ସଂଘରେ ଯୋଗ ଦେବା ପରେ ଏବେ ଗୁରୁ ହିଁ ସବୁ କିଛି ବୋଲି କହିଛନ୍ତି ଅନ୍ୟ ବ୍ରତ ରଖିଥିବା କିନର ମାନେ। ଅନ୍ୟ ପଟେ କିଛି ବିବାହିତ କିନ୍ନର ବି ସ୍ୱାମୀଙ୍କ ପାଇଁ ସାବିତ୍ରୀ ପୂଜା କରିବା ସହିତ ମୀରା ପରିଡାଙ୍କୁ ନିଜ ଗୁରୁ ଭାବେ ଶ୍ରଦ୍ଧାର ସହ ପୂଜା କରିଛନ୍ତି। ପୂଜା ସରିବା ପରେ ତାଙ୍କ ପାଦ ଧୁଆ ପାଣି ପିଇ ବ୍ରତ ଭଙ୍ଗିଛନ୍ତି। କିନ୍ନର ମାନେ ବର ଗଛକୁ ସୂତା ବାନ୍ଧିବା, ଲୁଗା ପିନ୍ଧାଇଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.