Live Live
LIVE

କାମୁକ ରୋବଟ୍ ; ବୃଦ୍ଧାଙ୍କ ସହ ଅସଦାଚରଣ କରିବା ପଡ଼ିଲା ମହଙ୍ଗା, ପିନ୍ଧିଲା ହାତକଡ଼ି !

NEWS7
train-derailed-in-rourkela-malgodam

ନୂଆଦିଲ୍ଲୀ ୧୭।୦୩; ଆଧୁନିକ ଯୁଗରେ ରୋବୋଟଙ୍କଖୁବ୍ ଦବଦବା। କହିବାକୁ ଗଲେ ମଣିଷଠୁ ଅଧିକ କାମ କରୁଛି ରୋବଟ। ହେଲେ ଚୀନ୍ର ମକାଉରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବିଶ୍ୱ ଇତିହାସରେ ପ୍ରଥମ ଥର ପାଇଁ ରୋବୋଟକୁ ଗିରଫ କରାଯାଇଛି । ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ସହ 'ଖରାପ ବ୍ୟବହାର' ଓ ତାଙ୍କୁ ହଇରାଣ କରିବା ଅଭିଯୋଗରେ ପୋଲିସ ଏହି ପଦକ୍ଷେପ ନେଇଛି ।

ସୂଚନା ଅନୁସାରେ, ମକାଉର ପଟାନେ ଅଞ୍ଚଳରେ ଜଣେ ୭୦ ବର୍ଷୀୟା ବୃଦ୍ଧା ରାସ୍ତା କଡ଼ରେ ଛିଡ଼ା ହୋଇ ଫୋନ୍ ଦେଖୁଥିଲେ । ଠିକ୍ ସେହି ସମୟରେ Unitree G1 ମଡେଲର ଏକ ହ୍ୟୁମାନଏଡ୍ ରୋବଟ୍ ଆସି ତାଙ୍କ ପଛରେ ଛିଡ଼ା ହୋଇଗଲା । ବୃଦ୍ଧା ଜଣକ ହଠାତ୍ ପଛକୁ ଚାହିଁବାରୁ ରୋବୋଟକୁ ଦେଖି ଭୟଭୀତ ହୋଇଯାଇଥିଲେ । ମହିଳା ଜଣକ ଭୟରେ ଚିତ୍କାର କରି ଏ ରୋବୋଟଟା ପାଗଳ ହୋଇଯାଇଛି ବୋଲି କହିଥିଲେ । ରୋବଟଟି ସେଠାରୁ ନହଟିବାରୁ ବୃଦ୍ଧା ଜଣକ ପାଟିତୁଣ୍ଡ କରିଥିଲେ। ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୋବଟକୁ ନିଜ ହେପାଜତକୁ ନେଇଥିଲା । ଏହି ହଙ୍ଗାମା ଯୋଗୁଁ ବୃଦ୍ଧା ଜଣକ ମାନସିକ ସ୍ତରରେ ଆଘାତ ପାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କାହିଁକି ଛିଡ଼ା ହୋଇଥିଲା ରୋବୋଟ?

ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି Unitree G1 ରୋବୋଟରେ ଅତ୍ୟାଧୁନିକ ସେନ୍ସର ଓ କ୍ୟାମେରା ଲାଗିଛି । ଏହା ରାସ୍ତାରେ ଯିବା ସମୟରେ କୌଣସି ଜିନିଷ ସହ ଧକ୍କା ହୁଏ ନାହିଁ । ସେଦିନ ରୋବଟଟି ବୃଦ୍ଧାଙ୍କ ପଛରେ କେବଳ ସେତିକି ବେଳେ ଅଟକି ଯାଇଥିଲା, ଯେତେବେଳେ ସେ ରାସ୍ତା ଅବରୋଧ କରିଥିଲେ । ରୋବଟଟି କେବଳ ବୃଦ୍ଧା ଜଣକ ରାସ୍ତାରୁ ହଟିବାକୁ ଅପେକ୍ଷା କରୁଥିଲା, କିନ୍ତୁ, ବୃଦ୍ଧା ଜଣକ ଏହାକୁ ଭୁଲ୍ ବୁଝି ଭୟଭୀତ ହୋଇଯାଇଥିଲେ ।

ବର୍ତ୍ତମାନ ଏହି ଘଟଣାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ ଏହାକୁ ଏକ ମଜାଦାର ଘଟଣା କହୁଥିବା ବେଳେ, ଅନ୍ୟ କିଛି ସାର୍ବଜନୀନ ସ୍ଥାନରେ ରୋବଟଙ୍କ ବ୍ୟବହାରକୁ ନେଇ ସୁରକ୍ଷା ପ୍ରଶ୍ନ ଉଠାଇଛନ୍ତି। ପୋଲିସ ରୋବଟର ମାଲିକଙ୍କୁ ଡକାଇ କଡ଼ା ଚେତାବନୀ ଦେଇଛି । ବର୍ତ୍ତମାନ ରୋବଟକୁ ତା'ର ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।

 ଅଧିକ ପଢନ୍ତୁ-Consumer Protection : ଏଣିକି ଅଣ୍ଡା ଉପରେ ଏବେ ଲାଗିବ ଏକ୍ସପାଏରୀ ଡେଟ୍‌; ଏପ୍ରିଲ ୧ରୁ ଲାଗୁ ହେବ ନିୟମ, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ