ଭଦ୍ରକ ୧୧।୬: ରାସ୍ତାରେ ଯିବା ବେଳେ ହଠାତ ଟଳିପଡିଲେ ଯବାନ । ମେଡିକାଲରେ ଭର୍ତ୍ତି ହେବା ପରେ ମୃତ ଘୋଷଣା କଲେ ଡାକ୍ତର ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଫତେପୁର ପଞ୍ଚାୟତ ପତ୍ରିବିନ୍ଧା ଗ୍ରାମର ଦିନମଣୀ ରାଉତ । ୨୦୦୦ ମସିହାରୁ ସେ ଆସାମ ରାଇଫଲରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ସାବିତ୍ରୀ ବ୍ରତ ପାଇଁ ଘରକୁ ଛୁଟିରେ ଆସିଥିଲେ । ଧାମନଗର ଥାନା ଅଧୀନ ଚନ୍ଦେଶ୍ୱର ଗ୍ରାମ ସ୍ଥିତ ଶ୍ଵଶୁର ଘରକୁ ବୁଲିବାକୁ ଯାଇଥିଲେ । ବଜାରକୁ ବାଇକ୍ ସାହାଯ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଆସିବା ସମୟରେ ମହୁରା ଛକରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ବୋଲି ମୃତ ଯବାନଙ୍କ ସମ୍ପର୍କୀୟ କହିଛନ୍ତି । ପରେ ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ଧାମନଗର ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ସେ ଦୀର୍ଘ ୨୫ ବର୍ଷ ହେବ ଆସାମ ରାଇଫଲରେ କାର୍ଯ୍ୟ କରିଆସୁଥିବା ବେଳେ ଏବେ ସେ ମଣିପୁରରେ କାର୍ଯ୍ୟରତ ଥିଲେ । ତେବେ ଆସନ୍ତା ୨୩ ତାରିଖ ଦିନ ସେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ ।
You Can Read: