LIVE TV

ମାଓ ସଙ୍ଗଠନରେ ଫାଟ ! ଏପଟେ ଆତ୍ମସମର୍ପଣ ପାଇଁ ଅପିଲ, ସେପଟେ ପାଳନ କରିବ ପିଏଲଜିଏ ସପ୍ତାହ

NEWS7
tragedy-of-errors-nta-under-scrutiny-once-again-over-claims-of-serious-errors-in-jee-main-exam

ନୂଆଦିଲ୍ଲୀ, ୨୬/୧୧: ନକ୍ସଲ ଶିବିରରେ ଆତଙ୍କ । ଯବାନଙ୍କ ଅପରେସନରେ ନକ୍ସଲମାନେ ଭୟଭୀତ । ତେଣୁ ନିକଟରେ ସେମାନେ ତିନି ମାସ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ । ଆତ୍ମସମର୍ପଣ ପାଇଁ ଆଗେଇବେ ବୋଲି ସିପିଆଇ ମାଓବାଦୀ ପ୍ରକାଶ କରିଥିଲା । କିନ୍ତୁ ଏବେ କେନ୍ଦ୍ରୀୟ ମିଲିଟାରୀ କମିଶନ ପିପୁଲ ଲିବରେସନ ଗରିଲା ଆର୍ମୀ ବା ପିଏଲଜିଏ ସପ୍ତାହ ପାଳନ ପାଇଁ ନିର୍ଦ୍ଦେଶ ଦେଇଛି । ଡିସେମ୍ବର ୨ରୁ ୮ ଯାଏଁ ମାଓ ସପ୍ତାହ ପାଳନ କରିବାକୁ ସଦସ୍ୟଙ୍କୁ ଅପିଲ କରାଯାଇଛି ।

କେନ୍ଦ୍ରୀୟ କମିଟି କହିଛି ଯେ, ପିଏଲଜିଏର ୨୫ ତମ ବାର୍ଷିକି ପାଳନ କରାଯିବ । ଯେଉଁଥିରେ ସଙ୍ଗଠନ ନିଜର ଶକ୍ତି ପ୍ରଦର୍ଶନ କରିବ । ଚଳିତ ବର୍ଷ ସଙ୍ଗଠନରେ ବହୁତ ରକ୍ତପାତ ହୋଇଛି । ବାର୍ଷିକୀରେ ସମସ୍ତ କ୍ୟାଡରଙ୍କୁ ସଙ୍ଗଠନ ମନେ ପକାଇବ ବୋଲି କମିଟି କହିଛି ।

ଅନ୍ୟ ଦିଗରେ ଭାରତକୁ ମେ  ସୁଦ୍ଧା ମାଓମୁକ୍ତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର ଲାଗି ପଡିଛନ୍ତି । ଯାହା ଫଳରେ ଅନେକ ବଡ ବଡ ଅପରେସନ କରାଯାଉଛି । କିଛି ଟପ୍ ମାଓ ନେତା ମଧ୍ୟ ନିହତ ହୋଇଛନ୍ତି । ଫଳରେ ମାଓ ସଙ୍ଗଠନ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା । ଏହି ସମୟରେ ଅନେକ କ୍ୟାଡର ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲି ଏଥିରେ କୁହାଯାଇଥିଲା । ଏହାପରେ ଅନେକ ମାଓବାଦୀ ଆତ୍ମସମର୍ପଣ କରିବା ଆରମ୍ଭ କରିଦେଇଛନ୍ତି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ମାଓବାଦୀ ସଙ୍ଗଠନ ଆତ୍ମସମର୍ପଣ କରିଲେ ଭଲ ହେବ । ଯେମାନେ ଅସ୍ତ୍ର ଉଟାଇଲେ ସୁରକ୍ଷାବାହିନୀ ଏହାର ଜବାବ ଦେବେ । ସରକାର ମାଓବାଦୀଙ୍କୁ ଅଧିକ ସମୟ ଦେଇପାରିବେ ନାହିଁ । ଅପରେସନ ଆଗ ଭଳି ହେବ ।

ଜଣାପଡୁଛି ଯେ, ମାଓ ସଙ୍ଗଠନରେ ଫାଟ ହୋଇ ସାରିଛି । ଆତ୍ମସମର୍ପଣ ନିଷ୍ପତ୍ତିକୁ କିଛି ଗୋଷ୍ଠୀ ସମର୍ଥନ କରୁଥିବା ବେଳେ କେନ୍ଦ୍ରୀୟ ମିଲିଟାରୀ କମିଶନ ବା ସିଏମସି ଏହାକୁ ବିରୋଧ କରିଛି । ସିଏମସି କହିଛି ଯେ, ସେମାନେ ୧୧୬ ଜଣ ଯବାନଙ୍କୁ ହତ୍ୟା କରିଛନ୍ତି । କିନ୍ତୁ ଏହାକୁ ସୁରକ୍ଷାବାହିନୀ ପକ୍ଷରୁ ଖଣ୍ଡନ କରାଯାଇଛି । ସିପିଆଇ ମାଓବାଦୀ ସଙ୍ଗଠନ ବିରୋଧୀ କାମ କରିଛି । ଏହାସହ ସିଏମସି ସଦସ୍ୟଙ୍କ ଆତ୍ମସମର୍ପଣକୁ ବିରୋଧ କରିଛି । ଆଗକୁ ବନ୍ଧୁକ ଦ୍ୱାରା ବିଜୟ ହାସଲ କରିବ ବୋଲି ସେ ନିଜ ସଦସ୍ୟଙ୍କୁ କହିଛି ।

ସୂଚନାଯୋଗ୍ୟା, ପିଏଲଜିଏ ମାଓ ସପ୍ତାହରେ ସଙ୍ଗଠନ ଛୋଟଛୋଟ ସଭାସମିତି କରିଥାଏ । ପୋଷ୍ଟର ମାରି ନିଜର ଦାବି ଉପସ୍ଥାପନା କରିବା ସହ ନୂଆ ନୂଆ ଯୁବକଙ୍କୁ ସଙ୍ଗଠନରେ ସାମିଲ କରିଥାଏ ।