ଇନ୍ଦୋର ଦିନିକିଆ: ୨୦୦୬ରୁ ହାରିନି ଟିମ୍ ଇଣ୍ଡିଆ, ବିରାଟଙ୍କଠୁ ଗିଲ୍ ବେଶି ଫେଭରେଟ୍

NEWS7
trade-war-impact-on-us-china-diplomatic-relation

ଇନ୍ଦୋର,୮|୦୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ସିରିଜର ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ । ସିରିଜରେ ଉଭୟ ଦଳ -ସ୍ଥିତିରେ ରହିଛନ୍ତି । ତେଣୁ ରବିବାର ଖେଳାଯିବାକୁ ଥିବା ମୁକାବିଲା ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ମ୍ୟାଚ୍ ଯିଏ ଜିତିବ ସେ ସିରିଜକୁ କବଜା କରିବ । ଇନ୍ଦୋରରେ ଖେଳାଯିବାକୁ ଥିବା ମୁକାବିଲାରେ ୨୦୦୬ରୁ ଭାରତ ଟି ମ୍ୟାଚ୍ ଖେଳିଛି । ସବୁ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି । ଅର୍ଥାତ ଷ୍ଟାଡିୟମରେ ଗିଲ୍ ସେନାର ବିଜୟ ରେକର୍ଡ ୧୦୦ପ୍ରତିଶତ ।

ଫ୍ୟାନ୍ସମାନେ ଆଶା କରୁଛନ୍ତି ଯେ ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ଜିତିବ । ସିରିଜକୁ-ରେ ଦଖଲ କରିବ । ଭଦୋଦାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଟିମ୍ ୪ ଓ୍ୱିକେଟରେ ଜିତିଥିଲା । କିନ୍ତୁ ରାଜକୋଟରେ ପରାସ୍ତ ହୋଇଛି । ଏବେ ଇନ୍ଦୋର ଉପରେ ଫ୍ୟାନ୍ସ ତଥା ଖେଳାଳିଙ୍କ ଆଖି ରହିଛି ।

ଇନ୍ଦୋରରେ ହାଇସ୍କୋର୍

ଇନ୍ଦୋରରେ ଗୋଟିଏ ଇନିଂସରେ ସର୍ବାଧିକ ରନ୍ ହେଉଛି ୪୧୮। ଯାହା୨୦୧୧ରେ ଭାରତ ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ହାସଲ କରିଥିଲା । ଏହା ଟିମ୍ ର ସର୍ବେଶ୍ରେଷ୍ଠ ସ୍କୋର୍ । ଏଥିରେ ବିରେନ୍ଦ୍ର ସେହ୍ୱାଗଙ୍କ ବ୍ୟାଟରୁ ଦ୍ୱିଶତକ ବାହାରିଥିଲା । ବର୍ତ୍ତମାନର ଅଧିନାୟଶୁଭମନ ଗିଲ୍ ଇନ୍ଦୋରରେ ଖୁବ୍ ରନ୍ କରିଛନ୍ତି । ସେ ଟି ମ୍ୟାଚରୁ ୨୧୬ରନ୍ କରିଛନ୍ତି । ଉଭୟ ପାଳିରେ ତାଙ୍କ ବ୍ୟାଟରୁ ଶତକ ବାହାରିଛି ।

ସେହିପରି ରୋହିତ ଶର୍ମା ଏଠାରେଟି ମ୍ୟାଚ୍ ଖେଳିଛନ୍ତି । ଏଥିରେ ଗୋଟିଏ ଶତକ ରହିଛି । ମୋଟ୍ ସେ ୨୦୫ରନ୍ କରିଛନ୍ତି । ଶ୍ରେୟସ ଆୟର ଇନ୍ଦୋରରେ ଗୋଟିଏ ମ୍ୟାଚ୍ ଖେଳିଥିଲେ ବି ଶତକ ଲଗାଇଛନ୍ତି । କିନ୍ତୁ ବିରାଟ କୋହଲିଙ୍କ ରେକର୍ଡ ଇନ୍ଦୋରରେ ସେପରି କିଛି ଖାସ୍ ନାହିଁ । ସେଟି ମ୍ୟାଚରୁ ମାତ୍ର ୯୯ରନ୍ କରିଛନ୍ତି । ରବିବାର ସେ ବଡ ସ୍କୋର କରିବେ ବୋଲି ଆଶା କରାଯାଉଛି ।

ଅନ୍ୟ ଦିଗରେ ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ କନଓ୍ୱେ ଏଠାରେ ଗୋଟିଏ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାଁରେ ମଧ୍ୟ ଶତକ ରହିଛି । ମୁକାବିଲାକୁ ଜିତି କିଓ୍ୱି ଟିମ୍ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିବ । ରାଜକୋଟରେ ବିଜୟ ପରେ ଦଳର ଆତ୍ମବିଶ୍ୱାସ ଅଧିକ ରହିଛି ।ଏଠାରେ ଯେଉଁ ଦଳ ଟସ୍ ଜିତିବ ସେ ପ୍ରଥମେ ବ୍ୟାଟିଂ କରିବାକୁ ଚେଷ୍ଟା କରିବ । ତେଣୁ ଉଭୟ ଦଳ ଆଜିର ମୁକାବିଲାକୁ ଜିତିବାକୁ ପ୍ରୟାସ କରିବେ ।