ଦୀଘା ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ଭାସିଯାଇ ପର୍ଯ୍ୟଟକ ନିଖୋଜ

Published By : Prameya-News7 Bureau | July 22, 2025 IST

ଭୋଗରାଇ ୨୨।୭: ଦୀଘା ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ । ଗାଧୋଇବା ପାଇଁ ଯାଇଥିବା ବେଳେ ଭାସି ଯାଇଥିବା ସୂଚନା । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜା ଖୋଜି ଜାରି ରଖିଛନ୍ତି । 

ସୂଚନାଯୋଗ୍ୟ ଯେ, ସୋମବାର ଅପରାହ୍ନରେ ସମୁଦ୍ରର ଉଚ୍ଚ ଲହରୀ ଦେଖି ପର୍ଯ୍ୟଟକ ମାନେ ମଜା ନେଉଥିବା ବେଳେ କିଛି ପର୍ଯ୍ୟଟକ ଗାଧୋଇବା ପାଇଁ ସମୁଦ୍ରକୁ ଓହ୍ଲାଇଥିଲେ । ସମୁଦ୍ରର ଉଚ୍ଚ ଲହରୀରେ ଭାସି ଯାଇଥିଲେ ଜଣେ ଯୁବକ । ଯୁବକ ଜଣକ ହେଲେ ପଶ୍ଚିମବଙ୍ଗ ତାରକେଶ୍ୱର ଅଞ୍ଚଳର ସପନ ମଲ୍ଲିକ । ସେ ଏକ ଘରୋଇ ସଂସ୍ଥାର କର୍ମଚାରୀ । ଦୁଇ ଦିନ ପୂର୍ବରୁ ସେ ଦୀଘା ମୋହନା ଥାନା ଅନ୍ତର୍ଗତ ଉତ୍ତର ଖଦାଳ ଗୋବ୍ରାର ଠାରେ ତାଙ୍କ ସମ୍ପର୍କୀୟଙ୍କ ଘରକୁ କୌଣସି ଏକ କାର୍ଯ୍ୟ ପାଇଁ ଆସିଥିଲେ । 

ତେବେ ସମୁଦ୍ରରେ ଏଭଳି ଘଟଣା ପରଠାରୁ, ଦୀଘା ମୋହନା ଉପକୂଳ ପୋଲିସ ଷ୍ଟେସନର ଉଦ୍ଧାରକାରୀ ଟିମ୍ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ସମୁଦ୍ରରେ ଖୋଜାଖୋଜି କରୁଛନ୍ତି ।

You Can Read:

ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ସାଙ୍ଗର ଜନ୍ମ ଦିନ ପାଳିବାକୁ ଯାଇଥିଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.