ଜୈସଲମେର-ବାଡମେରରେ ସଂପୂର୍ଣ୍ଣ ବ୍ଲାକଆଉଟ୍, ସନ୍ଧ୍ୟା ୫ଟାରୁ ବନ୍ଦ ରହିବ ସବୁ ଦୋକାନ ବଜାର

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ହତାଶ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରି ଯୁଦ୍ଧ ଭଳି ସ୍ଥିତି ଉତ୍ପନ କରି ଦେଇଛି। ଭାରତ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ କରୁଥିଲେ ହେଁ ସବୁ ଉଦ୍ୟମ ପଣ୍ଡ କରୁଛନ୍ତି ଭାରତୀୟ ସେନା। ଉଭୟ ଦେଶ ମଧ୍ୟରେ ଏବେ ସଂଘର୍ଷ ସ୍ଥିତି ଜାରି ରହିଛି। ସ୍କୁଲ ବନ୍ଦ, ରାସ୍ତା ଓ ଗଳି ସବୁ ଶୂନଶାନ। ଅଧିକାଂଶ ଲୋକ ନିଜ ଘର ଭିତରେ ରହୁଛନ୍ତି। ମଝିରେ ମଝିରେ ସାଇରନ ବାଜି ଉଠୁଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସ୍ଥିତି କାରଣରୁ ଦେଶର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏବେ ଏମିତି ସ୍ଥିତି ଲାଗି ରହିଛି।

ଭାରତ ଓ ଉଗ୍ର ପଡ଼ୋଶୀ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ମଧ୍ୟରେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଦିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଜୋରଦାର ବିସ୍ଫୋରଣର ନୀରବତାର ଛାତି ଚିରି ଦେଉଥିଲା। ଘଡ଼ି ଘଡ଼ିଲେ ଲୋକମାନେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ। କାରଣ ସେମାନଙ୍କ ଘର ସୀମାରେ ଅବସ୍ଥିତ। ତଥାପି, ରାତିଟି କୌଣସି ଅପ୍ରୀତିକର ଘଟଣା ବିନା ବିତିଗଲା ଏବଂ ରାଜସ୍ଥାନ ଏବଂ ପଞ୍ଜାବର ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକମାନେ ଆଶ୍ୱସ୍ତିର ନିଶ୍ୱାସ ମାରିଲେ। ରାଜସ୍ଥାନ ପଡ଼ୋଶୀ ଦେଶ ସହିତ ପ୍ରାୟ ୧୦୭୦ କିଲୋମିଟର ସୀମା ଲାଗି ରହିଛି।

Also read: ପାକିସ୍ତାନୀ ସଂସଦରେ ପିଏମ୍ ମୋଦିଙ୍କ ଗୁଣଗାନ, ଶହବାଜଙ୍କୁ କାପୁରୁଷ କହିଲେ ପାକ୍ ସାଂସଦ

ଜୈସଲମେର ଜିଲ୍ଲା ପ୍ରଶାସନ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶାବଳୀ ଜାରି କରିଛି। ଜିଲ୍ଲାପାଳ ପ୍ରତାପ ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏହା ସହିତ ବ୍ଲାକଆଉଟର ଅବଧି ୧୨ ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏବେ ସନ୍ଧ୍ୟା ୬ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଘୋଷଣା କରାଯାଇଛି। ଏହା ସହିତ ଅପରାହ୍ନ ୩ଟା ପରେ ରାମଗଡ଼-ତାନୋଟ ରାସ୍ତାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ନିର୍ଦ୍ଦେଶ ପାଳନ ନ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜିଲ୍ଲାରେ କୋଚିଂ ସେଣ୍ଟର, ଲାଇବ୍ରେରୀ ଏବଂ ଛାତ୍ରାବାସ ବନ୍ଦ ରଖିବାକୁ ମଧ୍ୟ ଜିଲ୍ଲାପାଳ ପ୍ରତାପ ସିଂହ ଘୋଷଣା କରିଛନ୍ତି। ପୂର୍ବରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ପାଇଁ ଛୁଟି ଘୋଷଣା କରାଯାଇଥିଲା।

ଜିଲ୍ଲା ପ୍ରଶାସନ ଜୈସଲମେର ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ-

- ବଜାରଗୁଡ଼ିକ ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବା ଉଚିତ। ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ କାଟ ରହିବ।

- ବିଦ୍ୟୁତ୍ ବିଚ୍ଛିନ୍ନ ହେବା ସମୟରେ ସମସ୍ତ ଲାଇଟ୍ ବନ୍ଦ ରଖନ୍ତୁ। ଏହା ବ୍ୟତୀତ, ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ସମେତ ସମସ୍ତ ପ୍ରକାରର ଯାନର ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିବ।

- ପ୍ରତିରକ୍ଷା କ୍ଷେତ୍ରର ୫ କିଲୋମିଟର ପରିଧି ମଧ୍ୟରେ ଗତିବିଧି ସମ୍ପୂର୍ଣ୍ଣ ନିଷେଧ କରାଯିବ। ଯଦି କୌଣସି ବ୍ୟକ୍ତିଙ୍କୁ ଏହି ଅଞ୍ଚଳରେ ଅବାଞ୍ଛିତ ଭାବରେ ବୁଲୁଥିବାର ଦେଖାଯାଏ, ତେବେ ତାଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

- ରାମଗଡ଼-ତାନୋଟ ରାସ୍ତାରେ ଯାତ୍ରା କରୁଥିବା ଲୋକ/ଯାତ୍ରୀମାନେ ଅପରାହ୍ନ ୩ଟା ସୁଦ୍ଧା ସେମାନଙ୍କର ଯାତ୍ରା ସମାପ୍ତ କରିବା ଉଚିତ। - ଅପରାହ୍ନ ୩ଟା ପରେ ରାମଗଡ଼-ତାନୋଟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ନିଷେଧ ରହିବ।

- ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନ, ବାଡ଼ମେର ଜିଲ୍ଲାବାସୀଙ୍କ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛି। ଜିଲ୍ଲା ପ୍ରଶାସନ କହିଛି ଯେ ପ୍ରତ୍ୟେକ ନାଗରିକ ନିୟମ ପାଳନ କରିବା ଉଚିତ।

ବାଡମେର ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ-

- ଆଜି ସନ୍ଧ୍ୟା ୫ଟା ପରେ ଜିଲ୍ଲାର ସମସ୍ତ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଦ୍ୟୁତ୍ କାଟ୍ କରାଯିବ। 

- ସମସ୍ତ ଘର ଏବଂ ପ୍ରତିଷ୍ଠାନର ସମସ୍ତ ଲାଇଟ୍ ବନ୍ଦ ରଖିବା ବାଧ୍ୟତାମୂଳକ । ଏହି ସମୟ ମଧ୍ୟରେ ଯେ କୌଣସି ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିବ।

- ରାତିସାରା ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ଯାନ ଚଳାଚଳ ନିଷେଧ। 

- ଯଦି ଏହି ଅଞ୍ଚଳରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି ଦେଖାଯାଆନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

- ଜିଲ୍ଲାରେ ଡ୍ରୋନ୍ ପରିଚାଳନା ସମ୍ପୂର୍ଣ୍ଣ ନିଷେଧ କରାଯିବ। ସମଗ୍ର ଜିଲ୍ଲାରେ ଆତସବାଜି/ବାଣଫୁଟା  ଉପରେ ସମ୍ପୂର୍ଣ୍ଣ ନିଷେଧ ରହିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.