ବିକିନି ପିନ୍ଧା ଦୁଇ ମହିଳାଙ୍କ ସହ ଷ୍ଟିଫେନ ହକିଙ୍ଗ, ଏପଷ୍ଟିନ ଫାଇଲର ନୂଆ ଫଟୋକୁ ନେଇ ଚାଞ୍ଚଲ୍ୟ

NEWS7
todd-murphy-on-five-wicket-haul

ନୂଆଦିଲ୍ଲୀ: ଯେବେଠୁ ଏପଷ୍ଟିନ ଫାଇଲ୍ ଜାରି ହୋଇଛି ତେବେଠୁ ଆମେରିକା ସମେତ ସମଗ୍ର ଦୁନିଆରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏଥିରେ ଅନେକ ଖ୍ୟାତି ସଂପନ୍ନ ଓ ନାମୀ ଦାମୀ ଲୋକଙ୍କ ନାଁ ସାମ୍ନାକୁ ଆସି ସାରିଛି। ଏହି କ୍ରମରେ ଏବେ ଷ୍ଟିଫେନ ହକିଙ୍ଗଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ନେଇ ବଡ଼ ହଙ୍ଗାମା ସୃଷ୍ଟି ହୋଇଛି। ଜେଫରୀ ଏପଷ୍ଟିନଙ୍କ ଫାଇଲରୁ ଆସିଥିବା ଏହି ଫଟୋରେ ଷ୍ଟିଫେନ ହକିଙ୍ଗ ଦୁଇ ଜଣ ବିକିନି ପିନ୍ଧିଥିବା ମହିଳାଙ୍କ ଗହଣରେ ଅଛନ୍ତି।

ହକିଙ୍ଗଙ୍କ ଉଭୟ ପାର୍ଶ୍ଵରେ ଥିବା ଦୁଇ ମହିଳାଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ। ହକିଙ୍ଗ ଓ ଦୁଇ ମହିଳାଙ୍କ ହାତରେ ପେୟ ପଦାର୍ଥ ରହିଛି। ଦୁଇ ମହିଳାଙ୍କ ଚେହେରାକୁ କଳା ରଙ୍ଗରେ ଢକା ଯାଇଛି, ଯଦ୍ଵାରା ପରିଚୟ ଗୋପନ ରଖାଯାଇ ପାରିବ। ଦୁଇ ମହିଳା କଳା ରଙ୍ଗର ବିକିନି ପିନ୍ଧିଛନ୍ତି।

Also read: ସମୁଦ୍ରରେ ୪ ୟୁଏସ ନାଗରିକ ନିହତ, ଅନୁପ୍ରବେଶ ବେଳେ ଗୁଳି କଲେ କ୍ୟୁବା ସୁରକ୍ଷା ବାହିନୀ

ଜେଫରୀ ଏପଷ୍ଟିନଙ୍କ ଫାଇଲରୁ ଆସିଥିବା ଏହି ଫଟୋ ବିଷୟରେ କିଛି ସ୍ପଷ୍ଟ କୁହାଯାଇ ନାହିଁ ଯେ ଏହା କେଉଁ ସମୟର ଫଟୋ। ମାତ୍ର ଏହାର ଖୁଲାସା ହେବା ପରେ ଏହା ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ୍ ହେବାରେ ଲାଗିଛି। ଷ୍ଟିଫେନଙ୍କ ପରିବାର ଦ ପୋଷ୍ଟକୁ ଦେଇଥିବା ବୟାନରେ କହିଛନ୍ତି ଯେ, ପ୍ରଫେସର ହକିଙ୍ଗ ବିଂଶ ଶତାବ୍ଦୀରେ ପଦାର୍ଥ ବିଜ୍ଞାନରେ ସବୁଠୁ ବଡ଼ ଯୋଗଦାନ ଦେଇଛନ୍ତି।

ଏହା ବ୍ୟତୀତ ସେ ମୋଟର ନ୍ୟୁରନ ରୋଗରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଜୀବିତ ରହିବାର ବ୍ୟକ୍ତି ମଧ୍ୟ ଥିଲେ। ଏହା ଏମିତି ଏକ ରୋଗ ଥିଲା, ଯାହା ତାଙ୍କୁ ଦୁର୍ବଳ କରି ଦେଉଥିଲା। ଏହି କାରଣରୁ ତାଙ୍କୁ ଭେଣ୍ଟିଲେଟର, ଭଏସ ସିନ୍ଥେସାଇଜର, ହ୍ଵିଲଚେୟାର ଓ ୨୪ ଘଣ୍ଟା ଡାକ୍ତରୀ ନିରୀକ୍ଷଣରେ ରହିବାକୁ ପଡ଼ୁଥିଲା।

୨୦୧୮ରେ ଷ୍ଟିଫେନ ହକିଙ୍ଗଙ୍କ ଦେହାନ୍ତ

ହକିଙ୍ଗ ୫୦ ବର୍ଷ ଧରି ଏହି ରୋଗ ସହ ଲଢିବା ପରେ ୨୦୧୮ରେ ୭୬ ବର୍ଷ ବୟସରେ ଆଖି ବୁଜିଥିଲେ। ସେ ସମଗ୍ର ଦୁନିଆରେ ଖ୍ୟାତାନାମା ବୈଜ୍ଞାନିକଙ୍କ ଏକ ଗ୍ରୁପରେ ସାମିଲ ଥିଲେ. ଯେଉଁମାନେ ୨୦୦୬ ମାର୍ଚ୍ଚରେ ଏପଷ୍ଟିନଙ୍କ ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବୋଧହୁଏ ଉକ୍ତ କାର୍ଯ୍ୟକ୍ରମର ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି।