ରାମାୟଣର 'ଲକ୍ଷ୍ମଣ'ର ବୋହୂ ହେଲେ ସାରା ଖାନ, ୪ ବର୍ଷ ସାନ କ୍ରିସଙ୍କ ସହ ହିନ୍ଦୁ ରୀତିନୀତିରେ କଲେ ବିବାହ

NEWS7
todays-prediction-1263

ମୁମ୍ଵାଇ ୦୭।୧୨; ଟେଲିଭିଜନ ଅଭିନେତ୍ରୀ ସାରା ଖାନ୍ ଏବେ ହାତକୁ ଦୁଇ ହାତ ହୋଇଛନ୍ତି । ଟିଭି ସିରିଏଲ 'ବିଦାୟୀ'ର ଅଭିନେତ୍ରୀ କୋର୍ଟ ମ୍ୟାରେଜ୍ ପରେ, "ରାମାୟଣ"ରେ ଲକ୍ଷ୍ମଣ ଭୂମିକା ନିଭାଇଥିବା ସୁନୀଲ ଲାହିରୀଙ୍କ ପୁଅ କ୍ରିସ ପାଠକଙ୍କୁ ବିବାହ କରିଛନ୍ତି । ସାରାଙ୍କ ଏହି ବିବାହ ହିନ୍ଦୁ ରୀତିନୀତିରେ ହୋଇଛି । ବର୍ତ୍ତମାନ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଶ୍ଚର୍ଯ୍ୟର କଥା ହେଉଛି, ସାରା ଏବଂ କ୍ରିସ ଅକ୍ଟୋବର ୨୦୨୫ରୁ କୋର୍ଟ ମ୍ୟାରେଜ୍ କରି ସାରିଛନ୍ତି। ଏହି ଦମ୍ପତି ଗୋଟିଏ ବର୍ଷ ପ୍ରେମ ସମ୍ପର୍କ ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କ କୋର୍ଟ ମ୍ୟାରେଜ୍ ପରେ ସେମାନେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବାକୁ ଘୋଷଣା କରିଥିଲେ। ଗତକାଲି ହିନ୍ଦୁ ରୀତିନୀତିରେ ହୋମ ନିଆଁକୁ ସାଖୀ ରଖି ପରସ୍ପରକୁ ଜୀବନସାଥୀ କରିଛନ୍ତି । ବିବାହର ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦମ୍ପତି ଏକାଠି ଅତ୍ୟନ୍ତ ଖୁସି ଦେଖାଯାଉଛନ୍ତି । ସାରା ଲାଲ ଲେହେଙ୍ଗା ପିନ୍ଧି ବଧୂ ବେଶରେ ସଜେଇ ହୋଇଛନ୍ତି । ବର ବେଶରେ କ୍ରିଶ୍ ମଧ୍ୟ ଏକ ଶେରୱାନି ଏବଂ ପଗଡ଼ି ପିନ୍ଧି ଖୁବ ସୁନ୍ଦର ଲାଗୁଛନ୍ତି ।

ନବଦମ୍ପତିଙ୍କ ପାଇଁ, ଏହି ମୁହୂର୍ତ୍ତଟି ଏକ ସ୍ୱପ୍ନ ସାକାର ହୋଇଥିଲା, ସେମାନଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଏହା ପୂର୍ବରୁ ସାରା ଖାନ ୨୦୧୦ରେ ଅଭିନେତା ଅଲ୍ଲି ମର୍ଚାଣ୍ଟଙ୍କୁ ବିବାହ କରିଥିଲେ । ହେଲେ ମାତ୍ର ୨ ମାସରେ ସମ୍ପର୍କ ଭାଙ୍ଗି ଯାଇଥିଲା । ଦୁହେଁ ଅଲଗା ହୋଇ ଯାଇଥିଲେ । ଏହା ପରେ କ୍ରିସ୍ ପାଠକଙ୍କ ପ୍ରେମରେ ପଡିଥିଲେ ସାରା ଖାନ । ଟିଭି ସିରିଏଲ 'ଝୁକି ଝୁକି ସି ନଜର'ରେ ନଜର ଆସିଥିଲେ କ୍ରିସ ପାଠକ।