ଲୋୟର ପିଏମଜି ଛକରେ ବିକ୍ଷୋଭକାରୀଙ୍କ ଭିଡ଼, ପ୍ରତିଦିନ ଯୋଡି ହେଉଛନ୍ତି ନୂଆ ନୂଆ ସଂଘ ଓ ସଂଗଠନ

NEWS7
today-before-9-19pm-finish-lakshmi-pujan-on-diwali

ଭୁବନେଶ୍ଵର: ଲୋୟର ପିଏମଜି ଛକରେ ବିକ୍ଷୋଭକାରୀଙ୍କ ଭିଡ । ବିଭିନ୍ନ ଦାବୀରେ ବିଧାନସଭା ସମ୍ମୁଖରେ ଚାଲିଛି ପ୍ରତିବାଦ । ନାରାବାଜିରେ ଫାଟି ପଡୁଛି ଭୁବନେଶ୍ବର ଲୋୟର ପିଏମଜି । ବିଧାନ ସଭା ଚାଲିଥିବା ବେଳେ ଧାରଣା ସ୍ଥଳରେ ପ୍ରତିଦିନ ଯୋଡି ହେଉଛନ୍ତି ନୂଆ ନୂଆ ସଂଘ ଓ ସଂଗଠନ । ଓଡିଶା ପ୍ରାଥମିକ ଶିକ୍ଷକ ମହା ସଂଘର ଅହୋରାତ୍ର ଧାରଣା ୪ ଦିନ ହେଲା ଜାରି ରହିଛି । ସେପଟେ ଆଜି ଧାରଣାକୁ ଓହ୍ଲାଇଛନ୍ତି ମଧ୍ୟାହ୍ନ ଭୋଜନ ପାଚକ ପାଚିକା ସଂଘ । ଏହାସହ ଓଡିଶା ଆଦର୍ଶ ବିଦ୍ୟାଳୟ୍ ମହାସଂଘ, ୧୦୮ ଆମ୍ପୁଲାନ୍ସ କର୍ମଚାରୀ ସଂଘ ବି ଧାରଣା ଦେଇଛନ୍ତି ।

ବିଭିନ୍ନି ସଙ୍ଗଠନର ବିକ୍ଷୋଭ ନାରାବଜି ଓ ପ୍ରତିବାଦ ସ୍ବରରେ ଫାଟି ପଡୁଛି ଗାନ୍ଧୀ ମାର୍ଗ। ଗତ ୪ ଦିନ ହେଲା ଜିଦ୍ ରେ ଅଟଳ ଅଛନ୍ତି ଶିକ୍ଷକ।ଶୀତ କାକରରେ ବିଧାନସଭା ସମ୍ମୁଖରେ ଦିନରାତି ଧାରଣାରେ ବସିଛନ୍ତି। ପ୍ରାଥମିକ ଶିକ୍ଷକମାନଙ୍କ ମୂଳ ପଦବୀକୁ ଅପଗ୍ରେଡ୍ କରି ଲେବୁଲ-୯ ଅନୁଯାୟୀ ମୂଳବେତନ ଟ.୩୫, ୪୦୦ ଟଙ୍କା ପ୍ରଦାନ କରିବା, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରିବା ଦାବୀରେ ହଜାର ହଜାର ପ୍ରାଥମିକ ଶିକ୍ଷକ ବିଧାନ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କ ସମସ୍ୟା ବୁଝିବାକୁ ସରକାର କମିଟି ଗଢିଥିଲେ ବି ଏଥିରେ ଜିଦ୍ ରୁ ହଟୁ ନାହାନ୍ତି ଶିକ୍ଷକ ମାନେ ।

ସେପଟେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚକ ପାଚିକା ।ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ମହାସଂଘ ପକ୍ଷରୁ ବିଧାନସଭା ଆଗରେ ରଣ ହୁଙ୍କାର ଦିଆଯାଇଛି । ସେମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରି ହୁଳ ହୁଳି ପକାଇ ସରକାରଙ୍କୁ ହକ ମାଗିଛନ୍ତି । ନିଯୁକ୍ତି ପରିଚୟ ପତ୍ର ପ୍ରଦାନ, ସର୍ବନିମ୍ନ ମଜୁରୀ ୪୬୨ ଟଙ୍କା ହିସାବରେ ମାସିକ ୧୩ ହଜାର ୮୬୦ ଟଙ୍କା ଦରମା, ୧୦ ମାସ ବଦଳରେ ୧୨ ମାସ ଦରମା ପ୍ରଦାନ ଭଳି ୭ ଦଫା ଦାବୀରେ ପ୍ରତିବାଦ କରିଛନ୍ତି ।

ଇଏ ହେଉଛି ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହା ସଂଘ ଧାରଣାର ଦୃଶ୍ୟ। ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କୁ ସରକାରୀ ମାନ୍ୟତା, HRMS ସୁବିଧା, ଏକକ କ୍ୟାଡର ନିୟମ, , ସମାନ କାମକୁ ସମାନ ଦରମା ଦାବିରେ ଗର୍ଜିଛନ୍ତି ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ। ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସଂଘ ବି ଧାରଣାକୁ ଓହ୍ଲାଇଛି । ମୁଣ୍ଡରେ ଠେକା ଆଉ ମୁହଁରେ ପ୍ରତିବାଦ ନାରା। ୧୨ ଦଫା ଦାବିରେ ବିଧାନ ସଭା ଆଗରେ ଧାରଣା ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ ଡ୍ରାଇଭର କର୍ମଚାରୀ ମହାସଂଘ।। ବେଆଇନ ଛଟେଇ ବନ୍ଦ, ୧୨ ଘଣ୍ଟା କାର୍ଯ୍ୟକୁ ୧୨ ଘଣ୍ଟାର ପାରିଶ୍ରମିକ ପ୍ରଦାନ, ଓଭର ଟାଇମ ପ୍ରଦାନ କରିବାକୁ ଦାବୀ କରିଛି ସଂଘ। ଆନ୍ଦୋଳନକାରୀମାନେ ଲୋୟର ପିଏମଜି ଧାରଣା ସ୍ଥଳକୁ ଯେମିତି ରଣକ୍ଷେତ୍ର ପାଲଟି ଦେଇଛନ୍ତି ।

ଶିକ୍ଷକ ମାନଙ୍କ ସମସ୍ୟାର ସମାଧାନପାଇଁ ସରକାର ୪ ଜଣିଆ କମିଟି ଗଠନ କରିଥିଲେ ହେଁ ଏହାକୁ ମାନିବାକୁ ନାରାଜ ଶିକ୍ଷକ ସଂଘ । ଏହା ପ୍ରତିବାଦରେ ରାଜ୍ୟର ୫୦ ହଜାରରୁ ଅଧିକ ସ୍କୁଲରେ କାର୍ଯ୍ୟରତ ଦେଢ ଲକ୍ଷ ଶିକ୍ଷକ ଆସନ୍ତା କାଲି ଠାରୁ ସମୁହ ଛୁଟିରେ ରହିବାକୁ ଘୋଷଣା କରିଛନ୍ତି ।