LIVE TV
LIVE TV

IED ବିସ୍ଫୋରଣରେ ନାବାଳିକା ମୃତ, ୨ ଗୁରୁତର; ସର୍ଚ୍ଚ ଅପରେସନ ଜୋରଦାର

NEWS7
to-buy-buffalo-man-was-killed-the-thief-who-looted-30000

ରାଉରକେଲା: ସୀମାନ୍ତ ଝାଡ଼ଖଣ୍ଡ ଯରେଇକେଲା ଥାନା ସରଣ୍ଡା ଜଙ୍ଗଲ କୁଇଭଙ୍ଗା ଗାଁରେ IED ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳିକାଙ୍କ ପରିଚୟ ୧୦ ବର୍ଷୀୟ ଫୁଲ ଧନୱାର ବୋଲି ଜଣାପଡ଼ିଛି । ଅନ୍ୟପଟେ ଦୁଇ ଯୁବତୀ ସାଳବି କଣ୍ଡୁଲାନା, ବିର୍ସି ଧନୁଆର ଗୁରୁତର ହୋଇଛନ୍ତି ।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀ ଆଇଇଡି ପୋତିଥିଲେ । ଶୁକ୍ରବାର ଅପରାହ୍ନରେ ସେମାନେ ଜଙ୍ଗଲକୁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିଲେ । ତେବେ ପୋତା ଯାଇଥିବା ଆଇଇଡିରେ ଗୋଡ ପଡ଼ିବାକୁ ବିସ୍ଫୋରଣ ଘଟି ୧୦ ବର୍ଷର ନାବାଳିକା ଫୁଲ ଧନୱାରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦୁଇ ଗୁରୁତରଙ୍କୁ ମୋନହରପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।