'ଭୋଟ କାହାକୁ ଦେବି କାହିଁକି କହିବି', ଏଜେଣ୍ଟ ଜାଣିବ ସବୁ ସତ

NEWS7
time-magazine-names-zelensky-as-person-of-the-year

ଭୁବନେଶ୍ୱର ୧୨/୦୩: ରାଜ୍ୟସଭା ଭୋଟ୍ । ପୁଣି ସସ୍‌ପେନ୍ସ ରବୀନ୍ଦ୍ର ଜେନାଙ୍କ ପତ୍ନୀ ତଥା ବିଜେଡି ବିଧାୟିକା ସୁଭାଷିନୀ ଜେନା । ପ୍ରତିକ୍ରିୟାରେ କହିଲେ ମୋ ଭୋଟ କାହାକୁ ଦେବି ମୁଁ କାହିଁକି ଆପଣଙ୍କୁ ଜଣାଇବି । ଦଳୀୟ ଏଜେଣ୍ଟ ମୁଁ ଭୋଟ ଦେଖାଇବି । ମୁଁ ବିଜେଡିରେ ଅଛି । ନବୀନ ବାବୁ ମୋ ନେତା । ମୁଁ ଜଣେ ଶୃଙ୍ଖଳିତ କର୍ମୀ।

ଦଳର ନିର୍ଦ୍ଦେଶ ଅନୁସାରେ କାମ କରିବି । ସୁପ୍ରିମୋଙ୍କ ନିର୍ଦ୍ଦେଶ ମୋ ପାଇଁ ଶିରୋଧାର୍ଯ୍ୟ । ରାଜ୍ୟସଭା ନିର୍ବାଚନରେ ଭୋଟ ଦେଲା ପରେ ଏଜେଣ୍ଟକୁ ଦେଖାଯିବ। ସେହି ଦିନ ଆପଣ ସବୁ ଜାଣି ପାରିବେ । ସଂତୃପ୍ତ ମିଶ୍ର ମୋ ସହ ଆଲୋଚନା କରିଛନ୍ତି । ଫୋନ ଯୋଗେ ଦତ୍ତେତେଶ୍ୱ ହୋତା ମୋ ସହ ଆଲୋଚନା କରିଛନ୍ତି ।

also read..

ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରମିଳା, କହିଲେ ରାଜନୀତିରେ ସ୍ୱାମୀ-ସ୍ତ୍ରୀ ଅଲଗା

ସୂଚନା ଥାଉକି, ଗତ କିଛିଦିନ ତଳେ ନିର୍ବାଚନକୁ ସସ୍ପେନ୍ସ ବଢ଼ାଇଥିଲେ ବିଜେଡି ବିଧାୟିକା ସୁଭାଷିନୀ ଜେନା । କାହାକୁ ଦେବେ ଭୋଟ ସ୍ପଷ୍ଟ କରିନଥିଲେ । କହିଥିଲେ ସମୟ କହିବ କାହାକୁ ଭୋଟ ଦେବେ ଏବେ ଠାରୁ କିଛି କହିହେବନି । ପୂର୍ବରୁ ବିଜେଡି ବିଧାୟକଙ୍କୁ ଡ଼ାକି ଆଲୋଚନା କରିଥିଲେ ନବୀନ ପଟ୍ଟନାୟକ ।