କ୍ଷମା ମାଗିଲା ପରେ ବି ସମସ୍ୟାର ହେଲାନି ସମାଧାନ, ରଣବୀରଙ୍କ ବିରୋଧରେ ମାମଲା ରୁଜୁ

NEWS7
tim-paine-controversial-run-out-india-vs-australia-2nd-test-melbourne-shane-warne-third-umpire

ନୂଆଦିଲ୍ଲୀ ୦୪।୧୨; ଅଡୁଆରେ ଫସିଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂହ । ନିକଟରେ ଏକ ଫିଲ୍ମ ସମାରୋହରେ ସାଉଥ୍ ଷ୍ଟାର୍ ଋଷଭ ଶେଟ୍ଟୀଙ୍କ ଫିଲ୍ମ‘କାନ୍ତାରା ଚାପ୍ଟର-୧’ ଉପରେ ସେ ଟିପ୍ପଣୀ ଦେଇଥିଲେ । ଋଷଭ ଫିଲ୍ମରେ ଦେବୀ ଚାମୁଣ୍ଡେଶ୍ୱରୀ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମର ଦୈବ ଦୃଶ୍ୟରେ ଋଷଭଙ୍କ ଚରିତ୍ରକୁ ରଣବୀର ଥଟ୍ଟା କରିଥିଲେ । ଏଥିପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା । ମାମଲାର ଗମ୍ଭୀରତାକୁ ଦେ ଖି ରଣବୀର ସୋସିଆଲ ମିଡିଆ ମାଧ୍ୟମରେ କ୍ଷମା ମାଗିଲେ । କିନ୍ତୁ ଅଡୁଆ ତାଙ୍କ ପିଛା ଛାଡ଼ିନି । ଧାର୍ମିକ ଭାବନାକୁ ଆହତ କରିବା, ଦୈବ ପରମ୍ପରାର ଅପମାନ ଏବଂ ହିନ୍ଦୁ ବିଶ୍ୱାସର ଉପହାସ ପାଇଁ ପ୍ରଶାନ୍ତ ମେଥଲ ନାମକ ଜଣେ ବ୍ୟକ୍ତି ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ପ୍ରଶାନ୍ତ ମେଥଲ ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡ୍ସ ଥାନାରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୨୯୯, ୩୦୨ ତଥା ୧୯୬ ଅନ୍ତର୍ଗତ ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେ ନିଜ ଅଭିଯୋଗରେ ଲେଖିଛନ୍ତି, ମୁଁ ଉପରୋକ୍ତ ଠିକଣାର ବାସିନ୍ଦା ଏବଂ ଭାରତର ଆଇନ ପାଳନ କରୁଥିବା ଜଣେ ନାଗରିକ ଓ ଅଧିବକ୍ତା । ବଲିଉଡ୍ ଅଭିନେତା ରଣବୀର ସିଂହଙ୍କର ଅବୈଧ ଏବଂ ଆପତ୍ତିଜନକ କାର୍ଯ୍ୟକୁ ତତ୍କାଳ ସଂଜ୍ଞାନକୁ ଆଣିବା ପାଇଁ ମୁଁ ଏହି ମାମଲା ରୁଜୁ କରିଛି । ସେ ମୋର ତଥା କୋଟି କୋଟି ହିନ୍ଦୁଙ୍କର, ବିଶେଷକରି କର୍ଣ୍ଣାଟକର ତୁଲୁ ଭାଷୀ ସମୁଦାୟର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି ।

ସେ ଆହୁରି ଅଭିଯୋଗ କରିଛନ୍ତି, ଗତ କିଛି ଦିନରେ ବିଭିନ୍ନ ଖବରସଂସ୍ଥା ମାଧ୍ୟମରେ ତଥା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରୁ ଜଣାପଡ଼ିଲା ଯେ ଗତ ୨୮ ନଭେମ୍ବର ଗୋଆରେ ଆୟୋଜିତ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଇଫି)ର ଉଦ୍ଯାପନ ସମାରୋହରେ ଅଭିଯୁକ୍ତ ରଣବୀର ସିଂହ ଫିଲ୍ମ ‘କାନ୍ତାରା’ରେ ପ୍ରଦର୍ଶିତ ପବିତ୍ର ଦୈବ (ଭୂତକୋଲା) ପରମ୍ପରାକୁ ସର୍ବସମ୍ମୁଖରେ ଉପହାସ ଓ ଅପମାନ କରିଥିଲେ । ମଞ୍ଚରେ ରଣବୀର ତଟୀୟ କର୍ଣ୍ଣାଟକରେ ପୂଜା ହେଉଥିବା ପବିତ୍ର ପଂଜୁରଲୀ/ ଗୁଲିଗା ଦୈବଙ୍କ ଦିବ୍ୟ ଭାବଭଙ୍ଗୀର ନକଲ ଅଶ୍ଳୀଳ, ଅପମାନଜନକ ଏବଂ ହାସ୍ୟାସ୍ପଦ ଢଙ୍ଗରେ କଲେ । ପବିତ୍ର ଦୈବଙ୍କୁ ସେ ଭୂତ ମଧ୍ୟ କହିଲେ । କିନ୍ତୁ ଫିଲ୍ମରେ ଆମ ରାଜ୍ୟର ଅଧିଶ୍ୱରୀ ଚାମୁଣ୍ଡେଶ୍ୱରୀ ଥିଲେ । ଆମ ସଂସ୍କୃତି ଏବଂ ଧାର୍ମିକ ମାନ୍ୟତାରେ ଦୈବ ଭୂତ ନୁହନ୍ତି, ବରଂ ପୂଜନୀୟ ଦେବତା ବା ଅଧିଶ୍ୱର । କୌଣସି ଦେବତାଙ୍କୁ ଭୂତ କହିବା ଅତ୍ୟନ୍ତ ଲଜ୍ଜାଜନକ । ହିନ୍ଦୁ ବିଶ୍ୱାସ ପ୍ରତି ଜାଣିଶୁଣି ଅନାଦର କରାଯାଇଛି । ଅଭିଯୁକ୍ତ ଜଣେ ଜଣାଶୁଣା ବ୍ୟକ୍ତି, ଯାହାଙ୍କର ଲକ୍ଷାଧିକ ଫଲୋଅର୍ ଅଛନ୍ତି । ଅନ୍ତର୍ଜାତୀୟ ମଞ୍ଚରେ ଏଭଳି କାର୍ଟୁନ୍ କରି ସେ କେବଳ ‘କାନ୍ତାରା’ ଫିଲ୍ମର ଅପମାନ କରିନାହାନ୍ତି, ବରଂ ତୁଲୁ ପରମ୍ପରାର ଗଭୀର ଆଧ୍ୟାତ୍ମକ ବିଶ୍ୱାସର ଉପହାସ କରିଛନ୍ତି । ଏହା ଦ୍ୱାରା ଦୈବ ଭକ୍ତ ତଥା ସାଧାରଣ ଜନତାଙ୍କ ମଧ୍ୟରେ ଗମ୍ଭୀର ମାନସିକ ପୀଡ଼ା, ଆକ୍ରୋଶ ଏବଂ ଅସନ୍ତୋଷ ଦେଖାଦେଇଛି ।