ମିଳୁନି ବାର୍ଦ୍ଧକ୍ୟ ଭତ୍ତା କି ବିଧବା ଭତ୍ତା, ଅସହାୟ ଅବସ୍ଥାରେ ବିତୁଛି ଜୀବନ

NEWS7
tihar-jail-administration-has-sent-its-report-to-the-lt-governor

ଖଲ୍ଲିକୋଟ: ସମାଜରେ ଆର୍ଥିକ ଅନଗ୍ରସର ବୟସ୍କ ନାଗରିକ ହୁଅନ୍ତୁ ବା ଦିବ୍ୟାଙ୍ଗ, ସମସ୍ତଙ୍କ ପାଇଁ ସରକାରଙ୍କ ତରଫରୁ ଭତ୍ତା ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର କିଛି ନିର୍ଦ୍ଧିଷ୍ଟ ବର୍ଗର ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଓ କଳାକାର ଭତ୍ତା ଭଳି ସହାୟତା ରାଶି ପ୍ରଦାନ କରି ଆସୁଛନ୍ତି। କିନ୍ତୁ ଖଲ୍ଲିକୋଟ ବ୍ଲକରେ ଏହାର ବ୍ୟତିକ୍ରମ ଦେଖା ଦେଖାଦେଇଛି। ୩ ମାସ ହେଲା ଭତ୍ତା ନ ପାଇ ଅଭାବ ଅନଟନ ଭିତରେ ରୁଣ କରଜ କରି ଦହଗଞ୍ଜ ହେଉଛନ୍ତି ହିତାଧିକାରୀ। ସେପଟେ ବ୍ୟାଙ୍କ୍ ଓ ବ୍ଲକ୍ ଦୌଡ଼ି ନିରାଶ ହେଉଛନ୍ତି ହିତାଧିକାରୀ।

ଖଲ୍ଲିକୋଟ୍ ବ୍ଲକ୍ ଅନ୍ତର୍ଗତ ବିକ୍ରମପୁର ଗ୍ରାମ ପଞ୍ଚାୟତ ଭରତଖଣ୍ଡ ସାହିରେ ବସବାସ କରୁଥିବା ବାଉରୀ ଡାକୁଆ। ବୟସ ୮୦ ଛୁଇଁବାକୁ ବସିଲାଣି। ଘରେ ଦିବ୍ୟାଙ୍ଗ ସ୍ତ୍ରୀ। ପରିବାର ପ୍ରତିପୋଷଣ ପାଇଁ ବାର୍ଦ୍ଧକ୍ୟ ଭତ୍ତା ହିଁ ଏକମାତ୍ର ସାହା। କିନ୍ତୁ ଆଜକୁ ତିନି ମାସ ହେଲା ବ୍ୟାଙ୍କ ଖାତାକୁ ଆସୁନି ଭତ୍ତା।ସମାନ ସ୍ଥିତି ଦେଖିବାକୁ ମିଳିଛି ସେଇ ଗାଁର ଅମା ବାରିକଙ୍କ ପାଖରେ। ସେ ବି ତିନି ମାସ ହେଲା ଭତ୍ତାରୁ ବଞ୍ଚିତ ଅଛନ୍ତି। ଅଫିସରୁ କେବଳ ମିଳୁଛି ଆଶ୍ୱସନା। ଭତ୍ତାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ରହିଛନ୍ତି ବୃଦ୍ଧା ଏବଂ ବିଧବା ପେନସନ୍ ହିତାଧିକାରୀ।

ଖଲ୍ଲିକୋଟ୍ ବ୍ଲକର ୩୮୦୦ ହିତାଧିକାରୀ ୩ ମାସ ହେଲା ଭତ୍ତା ପାଉନଥିବା ବେଳେ ବିକ୍ରମପୁର ପଞ୍ଚାୟତର ୭୧ ଜଣ ହିତାଧିକାରୀ ଗତ ତିନି ମାସ ହେଲା ଭତ୍ତା ନ ପାଇବା, ଯାହାକି ସରକାରୀ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ସରପଞ୍ଚଙ୍କ କହିବା ଅନୁସାରେ ପ୍ରାୟ ଭତ୍ତା ଉପଭୋକ୍ତା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଭତ୍ତା ପାଇ ଆସୁଥିଲେ କିନ୍ତୁ ଗତ ଚାରି ମାସ ପୂର୍ବେ ସେଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ନାମ ପରିବର୍ତ୍ତନ ହୋଇ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ହୋଇ ଥିବାରୁ ଏହି ସମସ୍ୟା ଦେଖା ଦେଇଛି। ଏହି ସମ୍ପର୍କରେ ବରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ ବିଡିଓ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଖଲ୍ଲିକୋଟ୍ ବ୍ଲକରେ ଭତ୍ତା ବନ୍ଦ ହେବା ଏକ ନିନ୍ଦନୀୟ ଓ ଉଦବେଗଜନକ ବିଷୟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ସୋମବାର ସାଧାରଣ ଯୁଗ୍ମ ଜନଶୁଣାଣିରେ ଜିଲ୍ଲାପାଳ ହିତାଧିକାରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ। ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇ ହୋଇଯିବ ବୋଲି କହିଥିଲେ। କେବେ ହିତାଧିକାରୀ ସେମାନଙ୍କ ଭତ୍ତା ପାଇବେ ପ୍ରଶାସନ କେବେ ତତ୍ପରତା ଦେଖାଇବେ ଏମାନଙ୍କ ପ୍ରତି ତାହାହିଁ ଦେଖିବାକୁ ବାକି ରହିଲା।