ଛତ୍ରପୁର ୯।୫: ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ପରେ ଗଞ୍ଜାମ ପୋଲିସ ଜିଲ୍ଲାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୃହ ବିଭାଗ ପକ୍ଷରୁ କିଛି ନିର୍ଦ୍ଦେଶନାମା ଆସିଛି କୋଷ୍ଟାଲ ପାଟ୍ରୋଲିଂ କଡାକଡ଼ି କରିବାକୁ କୁହାଯାଇଛି । ଏନେଇ ଜିଲ୍ଲାର ସମୁଦ୍ର କୂଳିଆ ଅଞ୍ଚଳରେ ପାଟ୍ରୋଲିଂ ଅଧିକ କଡାକଡ଼ି କରାଯାଉଛି । ଗଞ୍ଜାମ ପୋଲିସ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୩୩ କି.ମି. କଡାକଡ଼ି ପାଟ୍ରୋଲିଂ କରାଯାଉଛି । ରାତି ସମୟରେ ଆର୍ଯ୍ୟପଲ୍ଲୀରୁ ଦୁଇଟି ବୋଟ୍ ସମୁଦ୍ରରେ ମେରାଇନ୍ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଛି । ଜିଲ୍ଲାରେ ମଧ୍ୟ ପାଟ୍ରୋଲିଂ ବୃଦ୍ଧି କରାଯାଇଛି ବୋଲି ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି । ଲୋକମାନେ ଭୟଭୀତ ନହେବାକୁ କୁହାଯାଇଛି । ମେରାଇନ୍ ପୋଲିସ ମଧ୍ୟ ସଜାଗ ରହିଛି । ମକ୍ ଡ୍ରିଲ୍ ବେଳେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି । ସମୁଦ୍ର ନିକଟରେ ଗୋପାଳପୁର ପୋର୍ଟ, ଭାରତୀୟ ବିରଳ ମୃତ୍ତିକା କମ୍ପାନୀ, କୋଷ୍ଟ ଗାର୍ଡ, ଗ୍ରାସୀମ କମ୍ପାନୀ ରହିଛି ।
You Can Read:
ଦ୍ବିତୀୟ ପତ୍ନୀର ଟାଙ୍ଗିଆ ଚୋଟରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ, ସ୍ବାମୀ ସହ ୨ ଅଟକ