କାଙ୍କେର ଜିଲ୍ଲାରେ କଲରାପତରିଆ ବାଘ ଆତଙ୍କ, ଗୁହାଳରେ ପଶି ବାଛୁରୀକୁ କାମୁଡ଼ିଲା

Published By : Prameya-News7 Bureau | May 04, 2025 IST

ଉମରକୋଟ ୪: ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲା ଅନ୍ତର୍ଗତ ଠେଲକାବୋଡ ଗ୍ରାମରେ ପୁଣି ଥରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି । କାଙ୍କେର ଜିଲ୍ଲା ଅନ୍ତର୍ଗତ ଏହି ଠେଲକାବେଡ଼ା ଗ୍ରାମରେ ଶୁକ୍ରବାର ରାତିରେ ଜଣେ ବ୍ୟକ୍ତିଙ୍କ ଗାଈ ଗୁହାଳରେ କଲରାପତରିଆ ବାଘ ପଶି ଏକ ବାଛୁରୀର ବେକକୁ କାମୁଡି ଶିକାର କରିବାକୁ ଚେଷ୍ଟା କରୁଥିଲା । ଠିକ୍ ଏହି ସମୟରେ ଗାଈଗୋରୁଙ୍କ ଶବ୍ଦ ଶୁଣି ଲୋକମାନେ ଗୁହାଳ ନିକଟରେ ଆସି ଦେଖିବା ବେଳକୁ କଲରାପତରିଆ ବାଘଟି ଗୋଟିଏ ବାଛୁରୀ ବେକକୁ କାମୁଡି ଧରିଥିଲା ଲୋକେ ଟର୍ଚ୍ଚ ଲାଇଟ୍ ମାରି ପାଟିତୁଣ୍ଡ କରି ବାଘକୁ ଘଉଡାଇ ଦେଇଥିଲେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ବାଘଟି ଏହି ଗାଁରେ କୁକୁଡ଼ା, କୁକୁର ଏବଂ ଗାଈ-ବାଛୁରୀ ଅନ୍ୟାନ୍ୟ ଶିକାର କରିଥିବା ନଜିର ରହିଛି ।  ମୁଖ୍ୟତଃ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଚିତାବାଘ ଆତଙ୍କ ଲାଗି ରହିଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । 


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.