ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ଗଣନା, ୧୧ ବିଟ୍‌ରେ ଗଣନା ଶେଷ

Published By : Prameya-News7 Bureau | May 24, 2025 IST

ବୌଦ୍ଧ ୨୪।୫ନୟାଗଡ଼ ବନ୍ୟପ୍ରାଣୀ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ସରିଲା ବାଘ ଗଣନା । କୁଶଙ୍ଗ ବନାଞ୍ଚଳର ୧୧ଟି ବିଟ୍‌ରେ ସରିଲା ବାଘ ଗଣନା । କଲରାପତରିଆ ବାଘର ପାଦ ଚିହ୍ନ, ନଖ ରାମ୍ପୁଡ଼ା ଚିହ୍ନ ଓ ମଳ ଚିହ୍ନଟ । ୧୯ ତାରିଖରୁ ୬ଦିନ ଧରି ଚାଲିଥିଲା ବାଘ ଗଣନା । ଡିଜିଟାଲ ସର୍ଭେ ଆପ୍ ଓ ଟ୍ରାପ୍ କ୍ୟାମେରା ମାଧ୍ୟମରେ ଚାଲିଥିବା ବାଘ ଗଣନା । କୁଶଙ୍ଗ ବନାଞ୍ଚଳରେ ୩ ସେକ୍ସନରେ ୩୩ ଜଣ ବନ କର୍ମଚାରୀ ନିୟୋଜିତ ଥିଲେ । 

ଗତ ୧୯ ତାରିଖରୁ ଡିଜିଟାଲ ସର୍ଭେ ଆପ୍‌ ସହିତ ଟ୍ରାପ୍ କ୍ୟାମେରା ମାଧ୍ୟମରେ ବାଘ ଗଣନା ଚାଲିଥିବା ବେଳେ ଗଣନା ପରେ ଗ୍ରିଡ୍ ପଏଣ୍ଟରେ କ୍ୟାମେରା ଲଗାଯାଇ ଆସନ୍ତା ୪୫ଦିନ ପର୍ଯ୍ୟନ୍ତ ବନ୍ୟପ୍ରାଣୀଙ୍କ ସର୍ଭେ ଚାଲିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳରେ ଗଣନା କାର୍ଯ୍ୟ ମନିଟରିଂ ପାଇଁ ACFଙ୍କ ତତ୍ତ୍ଵାବଧାନରେ ଜାରି ରହିଥିବା ବେଳେ ବର୍ତ୍ତମାନ କୁଶଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳରେ ୪୮ଟି ଗ୍ରୀଡ୍ ପଏଣ୍ଟରେ କ୍ୟାମେରା ଦ୍ଵାରା ବନ୍ୟପ୍ରାଣୀଙ୍କ ଗତିବିଧି ଯାଞ୍ଚ ପାଇଁ ପ୍ରକ୍ରିୟା ଜାରି ରହିଛି । 

କୁଶଙ୍ଗ ରେଞ୍ଜ ଫରେଷ୍ଟର ଶ୍ରୀନିବାସ କହଁରଙ୍କ ନେତୃତ୍ୱରେ ୧୧ଟି ବିଟ୍‌ରେ ୩୩ ଜଣ କର୍ମଚାରୀ ନିୟୋଜିତ ହୋଇ ବାଘ ଗଣନା ଚାଲିଥିବା ସୂଚନା ମିଳିଛି । ତେବେ ଗଣନା ପରେ ଅଭୟାରଣ୍ୟରେ ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିବା ବେଳେ ଏହି ପାଦ ଚିହ୍ନ କଲରାପତରିଆ ବାଘର ହୋଇଥିବା ନେଇ ଫରେଷ୍ଟର ସୂଚନା ଦେଇଛନ୍ତି । ସେହିପରି ଅଭୟାରଣ୍ୟରେ କେତୋଟି ବାଘ ଅଛନ୍ତି ସେନେଇ କୌଣସି ସୂଚନା ମିଳିନଥିବା ବେଳେ ଅନ୍ୟ ପ୍ରାଣୀଙ୍କ ମଧ୍ୟରେ ଭାଲୁ, ସମ୍ବର, କୁଟୁରା, ଗୟଳ, ବାରହା, ଜଙ୍ଗଲୀ ବିରାଡ଼ି ଓ ବିଲୁଆ ଆଦି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ମିଳିଛି । 

You Can Read:

ସାମ୍ବାଦିକଙ୍କ ହାତ ବାନ୍ଧି ମରଣାନ୍ତକ ଆକ୍ରମଣ କଲେ ଠିକାଦାର, ପ୍ରତିବାଦରେ ଜିଲ୍ଲା ସମ୍ବାଦିକ ସଙ୍ଘ ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.