ବାଇକରେ କରୁଥିଲେ ବ୍ରାଉନ ସୁଗାର ବେପାର, ଧରିଲା ଅବକାରୀ ବିଭାଗ

NEWS7
thursdays-last-one-day-who-will-open-with-rohit-against-australia

ଭଦ୍ରକ: ବାଇକରେ କରୁଥିଲେ ବ୍ରାଉନ ସୁଗାର ବେପାର। ପାଟ୍ରୋଲିଂ ବେଳେ ଧରିଲା ଅବକାରୀ ପୋଲିସ। ଗୁରୁବାର ଭଦ୍ରକ ଅବକାରୀ ବିଭାଗର ମୋବାଇଲ ୟୁନିଟ୍, ଏଭଳି ଜଣେ ବ୍ରାଉନ ସୁଗାର ବେପାରୀକୁ ଧରିବାରେ ସଫଳ ହୋଇଛି। ତା’ ଠାରୁ ଲକ୍ଷାଧିକ ଟଙ୍କା ବ୍ରାଉନ ସୁଗାର ଜବତ ହୋଇଥିବାବେଳେ, ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ପୋଲିସ।

ସୂଚନା ଅନୁଯାୟୀ, ଗୁରୁବାର ସବୁଦିନ ଭଳି ପାଟ୍ରୋଲିଂ କରୁଥିଲା ଅବକାରୀ ପୋଲିସ। ଏହି ସମୟରେ ଏକ ବାଇକ ଚାଳକର ଗତିବିଧି ଉପରେ ସନ୍ଦେହ କରି ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଯୁବକ ନିକଟରୁ ୮୦ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା।

ଜବତ ବ୍ରାଉନ ସୁଗାରର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ। ଯୁବକ ଜଣକ ବ୍ରାଉନ ସୁଗାର ବେପାର କରିବା ପାଇଁ ଆଣିଥିବା ସୂଚନା ମିଳିଛି। ତେବେ ଅବକାରୀ ଟିମ୍ ଯୁବକଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।