ସ୍ବାମୀ-ସ୍ତ୍ରୀ କଳିର କରୁଣ ପରିଣତି, ବାପାର କଟୁରୀ ଚୋଟରେ ୩ ବର୍ଷର ଝିଅ ଆହତ

Published By : Prameya-News7 Bureau | April 12, 2025 IST

ବାଙ୍କୀ : ବାଙ୍କୀ ବୈଦେଶ୍ଵର ଥାନା ଅଞ୍ଚଳରେ ସ୍ୱାମୀ-ସ୍ତ୍ରୀ ଝଗଡ଼ାରେ କୁନି ଝିଅ ଆହତ । ଚିକିତ୍ସା ପାଇଁ କଳାପଥର ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ଘରକୁ ଫେରିଛନ୍ତି । 

ସୂଚନାଯୋଗ୍ୟ ଯେ, ଗତ ୮ ବର୍ଷ ତଳେ ଜଗନ୍ନାଥପୁର ପଞ୍ଚାୟତର ପୁରୁଣାପାଣି ଗ୍ରାମର ବାଙ୍କନିଧି ପଣ୍ଡା କାଳିପୋଇ ପଞ୍ଚାୟତର ଚଢେଇବନ୍ଧ ଗ୍ରାମରେ ପ୍ରେମ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଗୋଟିଏ ପୁଅ ଓ ଝିଅ ମଧ୍ୟ ହୋଇଥିଲେ । କିନ୍ତୁ ପାରିବାରିକ କଳହ ପାଇଁ ତାଙ୍କ ପତ୍ନୀ ନିଜ ପିଲାଙ୍କ ସହ ବାପଘରେ ରହୁଥିଲେ । ପୂର୍ବରୁ ଏ ନେଇ ବୈଦେଶ୍ବର ଥାନାରେ ମାମଲା ମଧ୍ୟ ହୋଇଥିଲା । କିନ୍ତୁ ଆପୋଷ ବୁଝାମଣାରେ ଏହାର ସମାଧାନ କରାଯାଇଥିଲା । ଗତ ମାସେ ତଳେ ସମାନ ସ୍ଥିତି ପାଇଁ ପତ୍ନୀ ନିଜ ପିଲାଙ୍କ ସହ ଚଢ଼େଇବନ୍ଧ ବାପଘରେ ରହିଥିଲେ । ଶନିବାର ନିଜ ପିଲାଙ୍କ ସହ କଳାପଥର ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ପୂର୍ବରୁ ଖବର ପାଇଁ ବାଙ୍କନିଧି କଟୁରୀ ଧରି ପତ୍ନୀଙ୍କୁ ହାଣିବା ପାଇଁ ଜଗି ବସିଥିଲେ । ପତ୍ନୀ ମେଡିକାଲରୁ ବାହାରିବା ପରେ ବାଙ୍କନିଧି ତାଙ୍କୁ ହାଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଚୋଟ ବାଜିଥିଲା ତିନି ବର୍ଷର ଝିଅ ଦେହରେ । ଝିଅକୁ ଆଶୁଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ପତ୍ନୀ ନିଜ ବାପଘରକୁ ଫେରିଥିଲେ । ବୈଦେଶ୍ଵର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

You Can Read:

ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଖସିଲା ଯାତ୍ରୀବାହୀ ବସ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.