ଧରା ପଡିଲା ବାଂଲାଦେଶର ମିଛ : ଓସମାନ ହାଡୀର ସନ୍ଦିଗ୍ଧ ହତ୍ୟାକାରୀ ଦୁବାଇରେ, ସବୁ ଅଭିଯୋଗକୁ ଖଣ୍ଡନ

NEWS7
three-robbers-arrested-for-stealing-atm-cards-and-looting-money-in-khordha

ନୂଆଦିଲ୍ଲୀ, ୦୧/୦୧ : ବାଂଲାଦେଶରେ ଭାରତ ବିରୋଧୀ ଛାତ୍ରନେତା ସରିଫ ଓସମାନ ହାଡୀଙ୍କ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଥମୁନି । ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଛି । ହତ୍ୟାକାରୀକୁ ଧରିବା ପାଇଁ ଦାବି ହେଉଛି । ମହମ୍ମଦ ୟୁନୁସଙ୍କ ସରକାର ମଧ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି । ପ୍ରଥମେ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛନ୍ତି ବାଂଲା ପୋଲିସ । ପରେ ହତ୍ୟାକାରୀ ଭାରତ ପଳାଇ ଆସିଥିବା ସେମାନେ କହିଥିଲେ । ଏବେ କିନ୍ତୁ ସାମ୍ନାକୁ ଆସିଛି ଘଟଣାରେ ସନ୍ଦିଗ୍ଧ ଅଭିଯୁକ୍ତ ଫୈଜଲ କରିମର ବୟାନ ।

୩୭ ବର୍ଷୀୟ ଫୈଜଲ ତା ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛି । ଘଟଣା ପରେ ସେ ଭାରତ ଆସିଥିଲା ନା ନାହିଁ ସେନେଇ ମଧ୍ୟ ମୁହଁ ଖୋଲିଛି ଫୈଜଲ ।

ଫୈଜଲ କହିଛି ଯେ, ଓସମାନର ହତ୍ୟା ପରେ ବାଂଲା ସରକାର ସେ ଭାରତର ମେଘାଳୟ ପଳାଇ ଆସିଥିବା କହିଥିଲେ । କିନ୍ତୁ ଏହା ମିଛ କଥା । ଏହାକୁ ମନଗଢା ଭାବେ ସରକାର କହିଛନ୍ତି । ଏହାସହ ହାଡୀର ହତ୍ୟାରେ ତାହାର କିଛି ସଂପୃକ୍ତି ନାହିଁ । ତା ବିରୋଧରେ ମିଛ ମାମଲା ଲାଗିଛି । ଏତେ ସବୁ ମିଛ ଅଭିଯୋଗ ପରେ ସେ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲା । ଏହାସହ ଦୁବାଇ ଚାଲି ଆସିଥିଲା । ଦୁବାଇ ଭିସା ଥିଲେ ମଧ୍ୟ ଏଠାକୁ ଆସିବା ସହଜ ନଥିଲା ।

ସୂଚନାଯୋଗ୍ୟ, ବାଂଲାଦେଶ ଏବେ ଅଶାନ୍ତ । କିଛି ଦିନର ନିରବତା ପରେ ଡିସେମ୍ବରରେ ପୁଣି ଢାକାରେ ହିଂସା ଦେଖିବାକୁ ମିଳିଥିଲା । ଜଣେ ଛାତ୍ରନେତାଙ୍କ ହତ୍ୟାପରେ ଜଳିଥିଲା ପଡୋଶୀ ଦେଶ । ଏହା ପଛରେ ଭାରତର ହାତ ଥିବା କିଛି ଭାରତ ବିରୋଧୀ ତତ୍ୱ କହିଥିଲେ । ଘଟଣା ପରେ ଆଉ ଜଣେ କଟ୍ଟରପନ୍ଥୀ ଛାତ୍ର ନେତାଙ୍କୁ ଗୁଳି ମାଡ ହୋଇଥିଲା । ଯାହା ଦୁଇ ଦେଶର ସମ୍ପର୍କକୁ ତିକ୍ତ କରିଛି । ଖାଲି ଏତିକି ନୁହେଁ ଲଗାତାର ଭାବେ ସେଠାରେ ହିନ୍ଦୁଙ୍କୁ ଟାର୍ଗେଟ୍ କରାଯାଉଛି । ହିନ୍ଦୁଙ୍କ ବିରୋଧରେ ହିଂସା ଏବଂ ଅତ୍ୟାଚାର ବଢିବାରେ ଲାଗିଛି ।