ପୁରୀରେ ଅଘଟଣ, ଶରଧାବାଲିରେ ଠେଲାପେଲାରେ ୩ ଶ୍ରଦ୍ଧାଳୁ ମୃତ

Published By : Prameya-News7 Bureau | June 29, 2025 IST

ପୁରୀ ୨୯।୦୬: ପୁରୀରେ ଅଘଟଣ । ଶରଧାବାଲିରେ ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ରଥ ସାମ୍ନାରେ ହୋଇଛି ଠେଲାପେଲା। ଆଜି ଭୋର ୪ ଟା ୫୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୁରୀ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ପବିତ୍ର ମୋହନ ମଲ୍ଲିକ। 

ସେହିପରି ଅନ୍ୟ ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା କରାଯାଉଛି। ତେବେ ଏହି ଅଘଟଣରେ ମୃତ୍ୟୁ କରିଥିବା ସମସ୍ତ ଶ୍ରଦ୍ଧାଳୁ ଖୋର୍ଦ୍ଧା ଜିଲ୍ଲାର। ୫୦ ବର୍ଷୀୟ ପ୍ରଭାତୀ ଦାସ, ୪୨ ବର୍ଷୀୟ ବାସନ୍ତୀ ସାହୁ, ଠେଲାପେଲାରେ ରଥ ସାମ୍ନାରେ ମୃତ୍ୟୁ ବରଣ କରିଛନ୍ତି। ସେହିପରି ୭୦ ବର୍ଷୀୟ ପ୍ରେମାକାନ୍ତ ମହାନ୍ତିଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଏହାସହିତ ଏକାଧିକ ଲୋକ ଆହତ ହୋଇଥିବାର ମଧ୍ୟ ସୂଚନା ମିଳିଛି । 

ଅନ୍ୟପଟେ ଘଟଣାକୁ ନେଇ ଆଇନମନ୍ତ୍ରୀ କହିଛନ୍ତି ଯେ, ପୁରୀ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି । ଘଟଣାର ପୁରା ତଦନ୍ତ ହେବ । କେଉଁ ଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତାର ଛାନ୍‌ଭିନ୍‌ ହେବ । ଏହାସହିତ ରବିବାର ଦିନ ନିଜେ ପୁରୀ ଗସ୍ତରେ ଯିବ ବୋଲି କହିଛନ୍ତି । 


  • Ratha Yatra 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.