ମେସିଙ୍କ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ : ହୋଟେଲ ରୁମ୍ ୭ ଲକ୍ଷ, କେବଳ ହ୍ୟାଣ୍ଡସେକ୍ କରିବାକୁ ୧ କୋଟି ଟଙ୍କା

NEWS7
three-person-arrest-in-kidnap-case-of-berhmapur

ନୂଆଦିଲ୍ଲୀ, ୧୫/୧୨:ଭାରତ ଗସ୍ତରେ ଆସିଛନ୍ତି ଲିଓନେଲ୍ ମେସି । ଫୁଟବଲ୍ ଷ୍ଟାର ମେସି । କୋଲକାତାରେ ପହଁଚିବା ପରେ ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଆର୍ଜେଣ୍ଟିନା କ୍ୟାପଟେନ୍ । ତେବେ ତାଙ୍କ ପାଇଁ ଖର୍ଚ୍ଚ ବି କମ୍ ହୋଇନି । ଲକ୍ଷ ଲକ୍ଷ ଟଙ୍କାର ହୋଟେଲରେ ରହୁଛନ୍ତି ଫୁଟବଲର । ଏହାସହ ସୁରକ୍ଷା ପାଇଁ ମଧ୍ୟ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା ।

ଦାମୀ ହୋଟେଲ

କୁହାଯାଉଛି ଯେ, ଲୀଲା ପ୍ୟାଲେସ ହୋଟେଲରେ ରହିବେ ମେସି । ଏଠାରେ ଥିବା ପ୍ରେସିଡେନସିଆଲ୍ ସୁଏଟସରେ ରୁମ୍ ବୁକ୍ ହୋଇଛି । ଯାହାର ଦାମ୍ ରାତି ପିଛା ସାଢେଲକ୍ଷରୁଲକ୍ଷ ଟଙ୍କା । ଏହାସହ ହୋଟେଲର କର୍ମଚାରୀଙ୍କୁ ଫୁଟବଲରଙ୍କ ବାବଦରେ କୌଣସି ତଥ୍ୟ ନଦେବାକୁ ମଧ୍ୟ କଡା ନିର୍ଦ୍ଦେଶ ରହିଛି । ହୋଟେଲ ଚାରିପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ବଡ ଲୋକଙ୍କ ସହ ସାକ୍ଷାତକାର

ଦିଲ୍ଲୀରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ହିଁ ମେସିଙ୍କୁ ସାକ୍ଷାତ କରିବେ । ସେମାନଙ୍କ ମଧ୍ୟରେ ପ୍ରଧାନ ବିଚାରପତିଙ୍କ ସହ ଅନେକ ମନ୍ତ୍ରୀ ଏବଂ ସାଂସଦ ରହିଛନ୍ତି । ଏହାସହ ଭାରତୀୟ କ୍ରିକେଟ୍, ଅଲିମ୍ପିକ ଏବଂ ପାରା ଅଲିମ୍ପିକର କିଛି ଖେଳାଳି ମେସିଙ୍କୁ ଭେଟିବାର ସୁଯୋଗ ପାଇବେ ।

କ୍ରିକେଟ୍ ଏବଂ ସଂସ୍କୃତିର ସଙ୍ଗମ

ଅରୁଣ ଜେଟଲି ଷ୍ଟାଡିୟମରେ ମେସି କିଛି ଭାରତୀୟ କ୍ରିକେଟରଙ୍କୁ ଭେଟି ପାରନ୍ତି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କସହସେ କିଛି ସମୟ କଥା ହେବେ । ଆହୁରି ମଧ୍ୟ ଏଠାରେ ଆଡିଡାସ୍ ର କାର୍ଯ୍ୟକ୍ରମରେ ସେ ସାମିଲ ହେବେ ।

ହ୍ୟାଣ୍ଡସେକ୍ ପାଇଁ କୋଟିଏ ଟଙ୍କା

ରିପୋର୍ଟ ଅନୁସାରେ, ମେସିଙ୍କୁ କିଛି ବିଶିଷ୍ଟ ଶିଳ୍ପପତି ଏବଂ କର୍ପୋରେଟ୍ ଜଗତର ଅନେକ ବ୍ୟକ୍ତି ଭେଟିବେ । ଯେଉଁମାନେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେବଳ ହ୍ୟାଣ୍ଡସେକ୍ କରିବାକୁ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହୋଇଛି ।