ଭୟଙ୍କର ଦୁର୍ଘଟଣା, ଦୁଇ ବାଇକ ଧକ୍କାରେ ଜଣେ ନାବାଳିକା ସମେତ ୫ ମୃତ

Published By : Prameya-News7 Bureau | June 28, 2025 IST

ନୂଆପଡ଼ା: ଭୟଙ୍କର ବାଇକ୍ ଦୁର୍ଘଟଣାରେ ଜଣେ ନାବାଳିକା ସମେତ ୫ ମୃତ। ଘଟଣା ଘଟିଛି ନୂଆପଡ଼ା ଜାତୀୟ ରାଜପଥ ୩୫୩ ପଲସିପାଣିଠାରେ। ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି। ସମସ୍ତେ ସ୍ଥାନୀୟ ପଲସିପାଣି ଗୁଟୁପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। 

ସୂଚନା ଅନୁଯାୟୀ, ଶନିବାର ରଥଯାତ୍ରା ଦେଖି ଫେରୁଥିବାବେଳେ ଜାତୀୟ ରାଜପଥ ୩୫୩ ପଲସିପାଣିଠାରେ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା ହୋଇଥିଲା। ଏଥିରେ ଜଣେ ନାବାଳିକା ସମେତ ୩ ଜଣକ ମୃତ୍ୟୁ ହୋଇଥିଲା। ସେହିଭଳି ଦୁର୍ଘଟଣାରେ ୨ ଗୁରୁତରଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। 

ସୂଚନାଯୋଗ୍ୟ, ଶନିବାର ପିପିଲିଠାରେ ମଧ୍ୟ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା।ରଥଯାତ୍ରା ଦେଖିବାକୁ ଭୁବନେଶ୍ୱରରୁ ପୁରୀ ଯାଉଥିବା ତିନି ଯୁବତୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପୁରୀ ଯାଉଥିବାବେଳେ ପିପିଲି ରୋଡ୍‌ ଓଭରବ୍ରିଜ ନିକଟରେ ବସ୍ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ ହୋଇଛି। 

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହ ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.