ଏମିତି ବି ଆସେ ମୃତ୍ୟୁ, ଡକାଡକି ହୋଇ ଚାଲିଗଲେ ମାମୁ ଓ ଦୁଇ ଭାଣିଜୀ

Published By : Prameya-News7 Bureau | June 06, 2025 IST

ଦିଗପହଣ୍ଡି ୬ଏମିତି ବି ଆସେ ମୃତ୍ୟୁ । ଏକା ସଙ୍ଗେ ଚାଲିଗଲେ ମାମୁ ଓ ଭାଣିଜୀ । ଦୁର୍ଘଟଣାରେ ମାମୁ ଓ ୨ ଭାଣିଜୀଙ୍କ ମୃତ୍ୟୁ ଘଟିଛି ।ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାର NAC ମୁଖ୍ୟ ଗେଟ୍ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । 

ବୁଲେଟରେ ମାମୁଙ୍କ ସହ ୨ ଭାଣିଜୀ ଯିବାବେଳେ ସେମାନଙ୍କୁ ଧକ୍କା ଦେଇଥିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର । ଫଳରେ ମାମୁ ଓ ଦୁଇ ଭାଣୀଜିଙ୍କ ମୃତ୍ୟୁ ଘଟିଛି । ମୃତ ମାମୁ ହେଉଛନ୍ତି ଜି. ତ୍ରିନାଥ ରେଡ୍ଡୀ, ଦୁଇ ଭାଣିଜୀ ହେଲେ ବାର୍ଷ ରେଡ୍ଡୀ ଓ ରୁଦ୍ରି ରେଡ୍ଡୀ । ମୃତକ ମାନେ ଗୋକର୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ଘରୋଇ ନର୍ସିଂହୋମ୍‌ରେ ଭୁଲ୍ ଅସ୍ତ୍ରୋପଚାର ଅଭିଯୋଗ, ମେଡିକାଲ୍ ଟିମ୍ ଗଠନ କରି ତଦନ୍ତ ପାଇଁ ସିଡିଏମ୍ଓଙ୍କୁ ଅନୁରୋଧ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.