ଆନନ୍ଦପୁର ୩୦।୭: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢ଼ିଆରପଲ୍ଲୀ ଅତୁରୁକଣା ଗାଁରେ ଅଭାବନୀୟ ଘଟଣା । ପାଣିରେ ବୁଡି ୩ ଶିଶୁଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକଙ୍କ ବୟସ ୪ ବର୍ଷ ମଧ୍ୟରେ ବୋଲି ସୂଚନା ମିଳଛି । ଭଦ୍ରକ ଜିଲ୍ଲା ଆଗରପଡା ମେଡିକାଲରେ ଶିଶୁମାନଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହାଟଡିହି ବ୍ଲକ ଅତୁରୁକଣା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାଣିରେ ବୁଡି ୩ ଶିଶୁଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ଆଗରପଡା ମେଡିକାଲରେ ଶିଶୁମାନଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଲେ ଲିପ୍ସା ପାତ୍ର (୩ ବର୍ଷ), ପାୟଲ ପତ୍ର (୪ ବର୍ଷ), ଭାରତୀ ପାତ୍ର (୪ ବର୍ଷ) । ଶିଶୁଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
You Can Read: