ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ୨ ମାସ ପୂର୍ବରୁ ହୋଇଥିଲା ସାମନ ଅଭିଯୋଗ

NEWS7
three-bank-employee-arrested-for-allegation-on-fraud-case-agaist-rengali-bdo

ଆସିକା ୧୧।୧୨: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ l ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାଲିଛାଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରର ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଶିକ୍ଷକଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି l

ଅସଦାଚରଣ ଅଭିଯୋଗରେ ଅଭିଭାବକ ମାନେ ସ୍କୁଲରେ ସମ୍ପୃକ୍ତ ଶିକ୍ଷକ ଜଣଙ୍କୁ ଘେରିଥିବା ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା l ଘଟଣାରେ ଆସିକା ପୋଲିସ ପହଞ୍ଚି ଶିକ୍ଷକଙ୍କୁ ଉଠେଇ ଆଣିବା ସହ ପୋଲିସ ଷ୍ଟେସନରେ ଅଟକ ରଖି ପଚରାଉଚରା କରୁଛି l

ଦୁଇ ମାସ ପୂର୍ବରୁ ମଧ୍ୟ ସେହି ଶିକ୍ଷକଙ୍କ ବିରୋଧରେ ସାମନ ଅଭିଯୋଗ ଆସିଥିଲା l ପରେ ଗ୍ରାମବାସୀ ବୈଠକ କରି ଶିକ୍ଷକଙ୍କୁ ଏମିତି ଭୁଲ ନକରିବା ପାଇଁ ତାଗିଦ କରିଥିଲେ l