ଚାକିରି ପ୍ରଲୋଭନ ଦେଖାଇ ୭ ଲକ୍ଷ ଟଙ୍କା ହଡ଼ପ, ନୟାଗଡରୁ ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | May 08, 2025 IST

ଭୁବନେଶ୍ବର ୮ପ୍ରଥମେ ଚାକିରିର ପ୍ରଲୋଭନ । ଅସ୍ଥାୟୀ ଚାକିରିରେ ନିଯୁକ୍ତି ଦେଇ ତିନି ମାସର ଦରମା ଦେଲେ । ଏହାପରେ ଆରମ୍ଭ ହେଲା ସାଇବର ଅପରାଧ । ଅଧିକ ସୁଧ ଦେବାର ପ୍ରତିଶୃତି ଦେଇ ଟଙ୍କା ବିନିଯୋଗ ପାଇଁ ସାଇବର ଅପରାଧୀ ମାନେ ପକାଇଲେ ଥୋପ । ଲୋଭର ବଶବର୍ତ୍ତି ହୋଇ  ଅଭିଯୋଗକାରୀଙ୍କ ଆକାଉଣ୍ଟରୁ ପୋଛିଦେଲେ ୭ ଲକ୍ଷ ଟଙ୍କା । 

ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ ହେବା ପରେ ପୋଲିସ ନୟାଗଡ ଶରଣକୂଳରୁ ରାକେସ ସ୍ବାଇଁ, ନୟାଗଡର ବାବୁଲା ସ୍ବାଇଁ ଓ ରଶ୍ମୀରଞ୍ଜନକୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ଆଉ କାହାକୁ ଠକିଛନ୍ତି ତାର ଛାନଭିନ କରୁଛି ସାଇବର ଥାନା ପୋଲିସ ।

You Can Read:

ଛୁଟି ଘୋଷଣା ସତ୍ତ୍ବେ ଖୋଲୁଛି କିଛି ସ୍କୁଲ, କଡ଼ା ଆକ୍ସନ ପାଇଁ ଗଣଶିକ୍ଷା ବିଭାଗର ଚିଠି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.