ପୁରୀ ୧୩/୦୮: ପୁରୀ ଶ୍ରୀମନ୍ଦିର ଭାଙ୍ଗିବାକୁ ଚେତାବନୀ । ଆତଙ୍କବାଦୀ ହମ୍ଲା ନେଇ ଆସିଲା ଓ୍ୱାର୍ଣ୍ଣିଂ । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଛି ଧମକପୂର୍ଣ୍ଣ ଲେଖା । ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ହୋଇଛି ।
ପରିକ୍ରମା ମାର୍ଗ ବାଲିସାହି ପ୍ରବେଶ ପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ଲେଖା । ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା । ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟ୍ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।
ସୂଚନା ଥାଉକି ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ । କଡ଼ା ସୁରକ୍ଷା ବଳୟରେ ଥାଇ ବି ବାରମ୍ୱାର ପ୍ରଶ୍ନ ଉଠୁଛି । କେତେବେଳେ ଡ୍ରୋନ ଉଡୁଛି ତ ଆଉ କେତେବେଳେ ଧମକ । ଏହାରି ଭିତରେ ଶ୍ରୀମନ୍ଦିର ଆତଙ୍କୀ ହମଲା ନେଇ ଆସିଛି ଧମକ୍ । ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ହୋଇଛି ଧମକ ପୂର୍ଣ୍ଣ ଲେଖା ।
ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀଙ୍କ ନାଁ ମଧ୍ୟ ଲେଖାଯାଇଛି । ତେବେ ଏହି ଲେଖା କାହିଁକି ଲେଖିଛି ତାହା ଜଣାପଡିିଛି । ସେପଟେ ଏପରି ଘଟଣା ଜଣାପଡିବା ପରେ ବଢିଛି ସୁରକ୍ଷା । ପୋଲିସ ପ୍ରଶାସନ ଆଲର୍ଟ ମୋଡରେ ରହିଛି । ପ୍ରକୃତ ସତ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।