LIVE TV

ୟେମେନର ଉପକୂଳରେ ଭୟଙ୍କର ସାମୁଦ୍ରିକ ଦୁର୍ଘଟଣା : ଜଳିଲା LPG ସିଲିଣ୍ଡର ; ୨୩ ଭାରତୀୟ କ୍ରୁ ସଦସ୍ୟ ଉଦ୍ଧାର

NEWS7
thousands-of-dead-chickens-fell-on-the-streets-for-fear-of-bird-flu

ନୂଆଦିଲ୍ଲୀ - ୟେମେନର ଆଡେନ୍ ଉପକୂଳରେ ଶନିବାର (୧୮ ଅକ୍ଟୋବର, ୨୦୨୫) ଏକ ବଡ଼ ସାମୁଦ୍ରିକ ଦୁର୍ଘଟଣା ଘଟିଛି। ଏହି ଭୟଙ୍କର ଘଟଣାରେ, କାମେରୁନ୍-ପତାକା ବହନ କରିଥିବା ଜାହାଜ, MV ଫାଲକନ୍‌ରେ ଏକ ବଡ଼ ବିସ୍ଫୋରଣ ପରେ ସେଥିରେ ନିଆଁ ଲାଗି ଯାଇଥିଲା। ଜାହାଜଟି ୟେମେନର ଆଡେନ୍ ବନ୍ଦରରୁ ଏଲପିଜି ନେଇ ଦକ୍ଷିଣ-ପୂର୍ବ ଦିଗରେ ଜିବୁତି ଅଭିମୁଖେ ଯାଉଥିଲା। ଏହି ମଧ୍ୟରେ ଜାହାଜରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା ଏବଂ ପୂରା ସାମୁଦ୍ରିକ ଜାହାଜରେ ନିଆଁ ବ୍ୟାପି ଯାଇଥିଲା।

ହେଲେ , ଜାହାଜରେ ଥିବା ୨୪ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ଜିବୁତି ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରାଯାଇଥିଲା। ଜାହାଜରେ ଥିବା ଅଧିକାଂଶ କ୍ରୁ ସଦସ୍ୟ ଭାରତୀୟ ବଂଶୋଦ୍ଭବ ନାଗରିକ ଥିଲେ। ଅଗ୍ନିକାଣ୍ଡ ପରେ, ଏମଭି ଫାଲକନରୁ ୨୩ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ଥିଲା। ତଥାପି, ଦୁଇଜଣ କ୍ରୁ ସଦସ୍ୟ ଏବେ ବି ନିଖୋଜ ଅଛନ୍ତି।

ଜାହାଜରେ ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ ପରେ, କ୍ୟାପଟେନ୍ ସାହାଯ୍ୟ ପାଇଁ ଏକ ଏମର୍ଜେନ୍ସି ମେସେଜ୍ ପଠାଇଥିଲେ, ଯାହା ପରେ EUNAVFOR ଅସ୍ପାଇଡ୍ ତୁରନ୍ତ କ୍ରୁ ସଦସ୍ୟଙ୍କ ପାଇଁ ଏକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଅଭିଯାନ ଆରମ୍ଭ କରିଥିଲା। EUNAVFOR ଅସ୍ପାଇଡ୍ ଘଟଣା ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରିଛି। ବିବୃତ୍ତିରେ, ଅସ୍ପାଇଡ୍ କହିଛି, MV Falcon ଜାହାଜରେ ମୋଟ ୨୬ ଜଣ କର୍ମଚାରୀ ଥିଲେ, ଯେଉଁଥିରୁ ୨୪ ଜଣଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି, ଏବଂ ଦୁଇ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୩ ଜଣ ଭାରତୀୟ ବଂଶୋଦ୍ଭବ ଏବଂ ଜଣେ ୟୁକ୍ରେନୀୟ ବଂଶୋଦ୍ଭବ ଥିଲେ।

ଜାହାଜରୁ ଉଦ୍ଧାର ହୋଇଥିବା କ୍ରୁ ସଦସ୍ୟମାନଙ୍କୁ ଜିବୋଟି ବନ୍ଦରରେ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରାଯାଇଛି, ସେଠାରେ ଏହି ଭୟଙ୍କର ସାମୁଦ୍ରିକ ଦୁର୍ଘଟଣାରେ ଆହତ ନାବିକମାନଙ୍କୁ ଚିକିତ୍ସା କରାଯାଉଛି। ଏହି ଦୁଃଖଦ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏହି ଭୟଙ୍କର ମଧ୍ୟ ସମୁଦ୍ର ଦୁର୍ଘଟଣାରେ, କାମେରୁନ-ପତାକା ବହନ କରିଥିବା MV ଫାଲକନ୍ ଜାହାଜର ପ୍ରାୟ ୧୫ ପ୍ରତିଶତ, ଏହି ଅଗ୍ନିକାଣ୍ଡରେ ଜଳି ଯାଇଥିଲା। ଯାହା ଫଳରେ ବହୁତ କ୍ଷତି ହୋଇଛି। ତଥାପି, ତଦନ୍ତ ଚାଲିବା ସହ ନିଖୋଜଲୋକଙ୍କୁ ତଲାସ କରାଯାଉଛି।