ମିଲରଙ୍କ ସମସ୍ୟାର ସମାଧାନ ହୋଇଛି, ସମ୍ବଲପୁରରେ ସର୍ବାଧିକ ଧାନ କିଣା

NEWS7
third-case-of-hmpv-virus-in-india-gujrat-2-month-old-baby-girl-positive

ଭୁବନେଶ୍ୱର ୧୩।୧୨ : ମିଲରମାନଙ୍କ ସମସ୍ୟାର ସମାଧାନ ହୋଇଛି । ସେମାନଙ୍କ କିଛି ଦାବି ସରକାର ପୂରଣ କରିଛନ୍ତି । ଆଉ କିଛି ଦାବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରଖାଯାଇଛି । ସେ ବିଷୟରେ ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମିଲରମାନଙ୍କ କଷ୍ଟଡିଆନ ଚାର୍ଜ ବୃଦ୍ଧି ପାଇଁ ଦାବି କରିଥିଲେ । ତାହାପୂରଣ ହୋଇଛି। ମିଲିଂ ଚାର୍ଜ ବଢାଇବା ପାଇଁ ଦାବି କରିଥିଲେ । ତାକୁ ବର୍ତ୍ତମାନ ବିଚାର କରାଯାଉଛି । ସମ୍ବଲପୁର, ବରଗଡ଼, କଳାହାଣ୍ଡି, ସୁବର୍ଣପୁର, ବଲାଙ୍ଗୀର ଏବଂ ନୂଆପଡାରେ ଧାନ କିଣା ଚାଲିଛି। ସମ୍ବଲପୁରରେ ସର୍ବାଧିକ ୫୧, ୭୬୬ ମେଟ୍ରିକ ଟନ, ବରଗଡ଼ରେ ୩୪,୩୦୫ ମେଟ୍ରିକ ଟନ, କଳାହାଣ୍ଡିରେ ୨, ୮୫୦ମେଟ୍ରିକ ଟନ, ନୂଆପଡାରେ ୪୩୮ ମେଟ୍ରିକ ଟନ, ବାଲାଙ୍ଗୀରରେ ୨୨ ମେଟ୍ରିକ ଟନ, ସୁବର୍ଣ୍ଣପୁରରେ ୧୫ ମେଟ୍ରିକ ଟନ ଧାନ କିଣାଯାଇଛି। ​​​​​​​