ବୋମାମାଡ ସାଙ୍ଗକୁ ଗନ୍ ପଏଣ୍ଟରେ ଲୁଟ୍, ଅଳଙ୍କାର ଦୋକାନରେ କଳାକନା ବୁଲାଇଲେ ଲୁଟେରା

Published By : Prameya-News7 Bureau | August 24, 2025 IST

ଟାଙ୍ଗୀ ୨୪।୮: ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ଅଧିନସ୍ଥ ଛଣଗିରି ଗ୍ରାମରେ ଥିବା ସାଇ ସୋନୁ ଅଳଙ୍କାର ଦୋକାନରୁ ଗନ୍-ପଏଣ୍ଟରେ ଲୁଟପାଟ । ପ୍ରାୟ ୭/୮ ଜଣ ସଶସ୍ତ୍ର ଡକାୟତ ସୁନା ଅଳଙ୍କାର କର୍ମଚାରୀଙ୍କୁ ଭୟଭୀତ କରାଇ ସୁନା ଗହଣା ଓ ଟଙ୍କା ଲୁଟପାଟ କରି ଚମ୍ପଟ ମାରିଛନ୍ତି । ଘଟଣାସ୍ଥଳରେ ଜଙ୍କିଆ ପୋଲିସ ପକ୍ଷରୁ ତନାଘନା ଆରମ୍ଭ କରିଛି ଏବଂ CCTV ଯାଞ୍ଚ କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ସ୍ପଷ୍ଟ ଦିବାଲୋକରେ ୩ଟି ବାଇକ୍‌ରେ ୬ଜଣ ଡ଼କାୟତ ଛଣଗିରି ଗ୍ରାମରେ  ଥିବା ସାଇ ସୋନୁ ଅଳଙ୍କାର ଦୋକାନ ସାମ୍ନାରେ ପହଞ୍ଚି ବୋମାମାଡ କରି ଭୟର ବାତାବରଣ ସୃଷ୍ଟି କରିଥିଲେ । ପରେ ପରେ ସୁନା ଅଳଙ୍କାର ଦୋକାନ ମଧ୍ୟରେ ପ୍ରବେଶ କରି ଫାୟାରିଂ କଲେ । ତା'ପରେ ଦୋକାନ ମଧ୍ୟରୁ ସବୁ ସୁନା ଅଳଙ୍କାର ସହିତ ଟଙ୍କା-ପଇସା ନେଇ ଡ଼କାୟତ ଚମ୍ପଟ ମାରିଲେ । ଦୋକାନ ସାମ୍ନାରେ ବୋମାମାଡ ବେଳେ ଜଣେ ସାଧାରଣ ଜନତା ଏଥିରେ ଆହତ ହୋଇଛନ୍ତି । ଗୁଳି ଫୁଟାଇ ଥିବା ମଧ୍ୟ ଜଣାପଡ଼ିଛି । ଘଟଣାସ୍ଥଳରୁ ୨ଟି ଖୋକା ଜବତ କରିଛି ଜଙ୍କିଆ ପୋଲିସ । ଦୋକାନରେ କେତେ ଟଙ୍କାର ସୁନା ଅଳଙ୍କାର ଥିଲା ଏବଂ କେତେ ଟଙ୍କାର ସୁନା ଅଳଙ୍କାର ଲୁଟପାଟ ହୋଇଛି, କେତେ ନଗଦ ଟଙ୍କା ଲୁଟ୍ ହୋଇଛି ତାହାର ଆକଳନ କରାଯାଉଛି । ଡ଼କାୟତ ମାନେ ଡ଼କାୟତି ବେଳେ ସମସ୍ତେ ହେଲମେଣ୍ଟ ପିନ୍ଧିଥିଲେ ।

You Can Read:

ଫୁଲୁଛି ବ୍ରାହ୍ମଣୀ ନଦୀ : ବସ୍ତିରେ ପଶିଲା ପାଣି, ୧୦ ପରିବାର ପାଣି ଘେରରେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.