ନୂଆଦିଲ୍ଲୀ: ଭାରତରେ ସାଧାରଣ ନିର୍ବାଚନ ଏକ ପର୍ବ ପରି ହୋଇଥାଏ । ଏହି ନିର୍ବାଚନକୁ ନେଇ ଭାରତ ସହ ବିଦେଶୀ ମିଡିଆ ମଧ୍ୟ ଏହାକୁ କଭର କରିବା ପାଇଁ ଧାଇଁ ଆସନ୍ତି । ଏଥର ବି ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ସାତଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଛି । ଏବେ ମତଦାତା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆଡ଼କୁ ବଢୁଛନ୍ତି । ଦେଶର ଏହି ନିର୍ବାଚନକୁ କଭର କରିବା ପାଇଁ ଅନେକ ବିଦେଶୀ ମିଡିଆ ଭାରତ ଆସୁଛନ୍ତି । ଅନେକ ଲେଖା ପ୍ରକାଶ କରାଯାଉଛି । ଗ୍ଲୋବାଲ ହୋଇସାରିଥିବା ଏହି ସାଧାରଣ ନିର୍ବାଚନ କଭରେଜକୁ ନେଇ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ପାଶ୍ଚାତ ମିଡିଆର ଭୂମିକା ଉପରେ ଖୋଲା ଟିପ୍ପଣୀ କରିଛନ୍ତି ।
ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତୀୟ ଗଣତନ୍ତ୍ରରେ ହସ୍ତକ୍ଷେପ ପାଇଁ ପାଶ୍ଚାତ ମିଡିଆକୁ କଡ଼ା ସମାଲୋଚନା କରିଛନ୍ତି । ବିଦେଶ ମନ୍ତ୍ରୀ କହିଛନ୍ତି ଯେ ୱେଷ୍ଟେର୍ଣ୍ଣ ମିଡିଆ ନିର୍ବାଚନରେ ନିଜକୁ ରାଜନୀତିକ ଖେଳାଳି ଭାବନ୍ତି । ହାଇଦ୍ରାବାଦରେ ଏକ ଜନମଞ୍ଚକୁ ସମ୍ୱୋଧିତ କରି ଜୟଶଙ୍କର କହିଛନ୍ତି, 'ପାଶ୍ଚାତ ମିଡିଆରୁ ମୋତେ ଅନେକ କିଛି ଶୁଣିବାକୁ ମିଳିଥାଏ ଏବଂ ଯଦି ସେମାନେ ଆମ ଗଣତନ୍ତ୍ରର ସମାଲୋଚନା କରନ୍ତି, ତେବେ ଏହା ଏଥିପାଇଁ ନୁହେଁ ଯେ ସେମାନଙ୍କ ଅଜ୍ଞ । ବରଂ ସେମାନେ ଏଥିପାଇଁ କରନ୍ତି କାରଣ ନିଜକୁ ରାଜନୀତିକ ଖେଳାଳି ବୋଲି ଭାବନ୍ତି ।'
ଜୟଶଙ୍କର ୱେଷ୍ଟେର୍ଣ୍ଣ ମିଡିଆର ଏକ ଆଲେଖ୍ୟକୁ ଉଲ୍ଲେଖକୁ ବି କରିଛନ୍ତି । ଯେଉଁଥିରେ ଲେଖାଯାଇଥିଲା ଯେ ଭାରତରେ ଏକ ଗରମରେ ନିର୍ବାଚନ କାହିଁକି କରାଯାଉଛି ? ବିଦେଶ ମନ୍ତ୍ରୀ କହିଛନ୍ତି, 'ମୁଁ ସେହି ଲେଖାକୁ ପଢିଛି । ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ଏଇ ଗରମରେ ମୋର ସବୁଠୁ କମ ମତଦାନ ତୁମ ସମସ୍ତଙ୍କ ଭୟ ସମୟରେ ସବୁଠୁ ଅଧିକ ମତଦାନଠାରୁ ବି ଅଧିକ ।'