LIVE TV

ମୁହଁରେ ସ୍ମିତ ହସ...ଦୁର୍ଘଟଣାଗ୍ରସ୍ତ ତେଜସର ପାଇଲଟ୍ ନମାଂଶ ସିଆଲଙ୍କ ଶେଷ ଭିଡିଓ

NEWS7
these-zodiac-signs-people-good-time-will-start-from-tomorrow

ନୂଆଦିଲ୍ଲୀ: ଦୁବାଇ ଏୟାର ଶୋ ୨୦୨୫ର ଶେଷ ଦିନରେ ଭାରତର ସ୍ୱଦେଶୀ ତେଜସ୍ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟ୍ ୱିଙ୍ଗ କମାଣ୍ଡର ନମାଂଶ ସିଆଲ୍ ପ୍ରାଣ ହରାଇଛନ୍ତି । ଶୁକ୍ରବାର ଦିନ ପ୍ରାୟ ୨ଟା ୧୦ ସମୟରେ ଅଲ୍ ମକତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ତେଜସ୍ ବିମାନ ପ୍ରଦର୍ଶନ ପାଇଁ ଉଡ଼ାଣ ଭରୁଥିବା ବେଳେ କମ୍ ରୋଲ୍ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ହଠାତ୍ ଯୁଦ୍ଧ ବିମାନଟି ନିୟନ୍ତ୍ରଣ ହରାଇ ତଳେ ପଡ଼ିଗଲା, ଯାହା ଫଳରେ ଏକ ଜୋରଦାର ବିସ୍ଫୋରଣ ଘଟିଲା ଧୂଆଁ ଲାଗି ଯାଇଥିଲା ।

ଭାରତୀୟ ବାୟୁସେନା ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ପାଇଁ ଗଭୀର ଶୋକ ପ୍ରକାଶ କରିଛି ଏବଂ ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହା ତେଜସ୍ ବିମାନ ସହିତ ଜଡିତ ଦ୍ୱିତୀୟ ବଡ଼ ଦୁର୍ଘଟଣା । ଏବେ ଦୁର୍ଘଟଣା ପୂର୍ବରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛଇ । ଭିଡିଓରେ ୱିଙ୍ଗ କମାଣ୍ଡର ନାମନାଶ ସିଆଲ୍ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍, ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଏବଂ ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନଙ୍କ ସହିତ ନଜର ଆସୁଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନମାଂଶ ପ୍ରଦର୍ଶନ କରିବାକୁ ଯାଉଥିଲେ ଏହି ଭିଡିଓ ତାହା ଦର୍ଶାଉଛି । ଦୁବାଇ ପୂର୍ବରୁ ଗୌହାଟୀରେ ଅନୁଷ୍ଠିତ ଏୟାର ଶୋ’ରେ ମଧ୍ୟ ତେଜସ୍ ବିମାନରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ ।

ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍କ୍ୱାଡନ୍ ଲିଡର ନମାଂଶ ସିଆଲ୍ ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାର ବାସିନ୍ଦା ଥିଲେ । ନମାଂଶଙ୍କ ବାପା ଗଗନ କୁମାର ଜଣେ ଅବସରପ୍ରାପ୍ତ ପ୍ରିନ୍ସିପାଲ । ତାଙ୍କ ମାଆଙ୍କ ନାମ ବୀଣା ଦେବୀ । ସ୍କ୍ୱାଡନ୍ ଲିଡର ନମାଂଶ ସିଆଲଙ୍କ ପତ୍ନୀ ଅଫସାନ୍ ମଧ୍ୟ ବାୟୁସେନାରେ ଜଣେ ପାଇଲଟ୍ । ୧୬ ବର୍ଷ ପୂର୍ବେ ସେମାନଙ୍କର ବିବାହ ହୋଇଥିଲା । ସେମାନଙ୍କର ୭ ବର୍ଷର ଝିଅ ଅଛି । ନମାଂଶଙ୍କ ବାପା ଗଗନଙ୍କ ଅନୁଯାୟୀ, ତାଙ୍କ ପୁଅର ମୃତଦେହ ଫେରାଇ ଆଣିବା ପାଇଁ ସରକାରଙ୍କ ସହିତ ଆଲୋଚନା ଚାଲିଛି । ଘଟଣା ଜଣାପଡିବା ମାତ୍ରେ ସମଗ୍ର ଗାଁରେ ଶୋକ ଖେଳିଯାଇଛି ।