ଚତୁର୍ଥ ଟି ୨୦ : ପାଣ୍ଡ୍ୟା ଆଉଟ୍, ଖେଳିବେ ଶ୍ରେୟସ ! ସମ୍ମାନ ପାଇଁ ଲଢିବ ନ୍ୟୁଜିଲାଣ୍ଡ୍

NEWS7
these-two-government-banks-may-be-privatisation-soon

ଭାଇଜାଗ୍,|୧: ବୁଧବାର ବିଶାଖାପଟ୍ଟନମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ। ଭାରତ ପ୍ରଥମ ୩ଟି ଯାକ ମ୍ୟାଚ ଜିତି ସିରିଜ କବଜା କରି ସାରିଛି। ବାକି ୨ଟି ମ୍ୟାଚରେ ଅବଶିଷ୍ଟ ଖେଳାଳିଙ୍କୁ ସୁଯୋଗ ଦେବା ମୁଖ୍ୟ କାମ । ତେବେ ବଳକା ମୁକାବିଲାରେ ନ୍ୟୁଜିଲାଣ୍ଡ ଦଳ ସମ୍ମାନ ବଞ୍ଚାଇବା ସହ ଆଗାମୀ ବିଶ୍ୱକପ୍ ପୂର୍ବରୁ ସମସ୍ତ ତ୍ରୁଟି ସୁଧରିବାକୁ ଚେଷ୍ଟା କରିବ ।

ଭାରତୀୟ ଏକାଦଶରେ ଇଶାନ କିଷନଙ୍କ ଉପସ୍ଥିତି ଓ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଦଳକୁ ସନ୍ତୁଳିତ ଓ ସୁଦୃଢ଼ କରିଛି । ଦୀର୍ଘ ଦିନ ପରେ ଫର୍ମକୁ ଫେରିଥିବା ସୂର୍ଯ୍ୟକୁମାର କ୍ରମାନ୍ୱୟରେ ୨ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ତେଣୁ ଭାଇଜାଗରେ କିଷନଙ୍କୁ ଓପନ୍ କରାଇବା ଏକ ଯୋଜନା ହୋଇପାରେ । କାରଣ କାରଣ ସଞ୍ଜୁ ସାମସନ ରନ୍ ପାଇଁ ସଂଘର୍ଷ କରୁଛନ୍ତି । ଲଗାତାର ଭାବେ ସେ ବିଫଳ ହେଉଛନ୍ତି । ତୃତୀୟ ମୁକାବିଲାରେ ସେ ପ୍ରଥମ ବଲରେ ବିନା କୌଣସି ରନରେ ବୋଲ୍ଡ ହୋଇଥିଲେ । ଯାହା ଫ୍ୟାନ୍ସ ତଥା ଦଳକୁ ନିରାଶ କରିଛି ।

ଏତତ୍ ବ୍ୟତୀତ ବୋଲିଂ ବିଭାଗରେ ଯଶପ୍ରୀତ ବୁମରା ଓ ରବି ବିଷ୍ଣୋଇଙ୍କ ସ୍ଥାନରେ ଯଥାକ୍ରମେ ଅର୍ଶଦୀପ ଦୀପ ସିଂହ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ। ବିଶାଖପଟ୍ଟନମ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ। ତେଣୁ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ବିଶାଳ ସ୍କୋର କରିବା ନେଇ ଆଶା ରହିଛି ।

ପାଣ୍ଡ୍ୟାଙ୍କୁ ବିଶ୍ରାମ

ଟି୨୦ବିଶ୍ୱକପ୍ ପୂର୍ବରୁ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେଇପାରେ । କାରଣ ସେ ଅଧିକ ସମୟରେ ଆହତ ହୋଇଥାନ୍ତି । ତେଣୁ ବଡ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେ ଫିଟ୍ ରହିବା ଜରୁରୀ । ତେଣୁ ବିଶାଖାପାଟ୍ଟନମରେ ତାଙ୍କ ଜାଗାରେ ଭାରତ ଅତିରିକ୍ତ ବ୍ୟାଟରଙ୍କୁ ଖେଳାଇପାରେ ।

ଶ୍ରେୟସଙ୍କୁ ସୁଯୋଗ

ସିରିଜର ପ୍ରଥମ ତିନୋଟି ମୁକାବିଲାରେ ଶ୍ରେୟସ ଆୟରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳି ନଥିଲା । କିନ୍ତୁ ଚତୁର୍ଥ ମୁକାବିଲାରେ ସେ ଖେଳିପାରନ୍ତି । ସେପଟେ ତିଲକ ବର୍ମା ଫିଟ୍ ନାହାଁନ୍ତି । ତେଣୁ ହାର୍ଦ୍ଦିକ ପାଣ୍ଡ୍ୟା ନଖେଳିଲେ ତାଙ୍କ ଜାଗାରେ ଶ୍ରେୟସ ଖେଳିବା ଏକ ପ୍ରକାର ସ୍ପଷ୍ଟ । ଏହାଦ୍ୱାରା ସେ ଟି୨୦ ଫର୍ମାଟରେ ନିଜକୁ ପ୍ରମାଣିତ କରିପାରିବେ ।

ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଷାନ, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ଶିବମ ଦୁବେ, ଅକ୍ଷର ପଟେଲ, ରବି ବିଶ୍ଣୋଇ, କୂଲଦୀପ ଯାଦବ, ଅର୍ଶଦୀପ ସିଂ, ଜସପ୍ରିତ ବୁମରା