ରାଜସ୍ଥାନର ଏହି ୭ ରାଜକୀୟ ପରିବାର; ଶାହୀ ଅନ୍ଦାଜରେ ସମସ୍ତେ ପାଗଳ

Published By : Prameya-News7 Bureau | June 12, 2025 IST

ନୂଆଦିଲ୍ଲୀ ୧୨।୦୬: ରାଜା ଏବଂ ରାଜକୀୟ ଶୈଳୀ । ଏହା ଦିଓ୍ବାନା ସାରା ଦୁନିଆ । ଏବେ ବି ରାଜା ଏବଂ ରାଜକୀୟ ଶୈଳୀର ଝଲକ ରାଜସ୍ଥାନରେ ଦେଖିବାକୁ ମିଳେ । ସେ   ଖାସ୍‌ କରି ରାଜସ୍ଥାନରେ । ଏଠାରେ ଏବେ ବି ରାଜା-ମହାରାଜାମାନେ ସେହି ପୁରୁଣା ଜୀବନଯାପନ କରୁଛନ୍ତି । ଆସନ୍ତୁ ଜାଣିବା ରାଜସ୍ଥାନର କିଛି ରାଜକୀୟ ପରିବାର ବିଷୟରେ...

ପ୍ରଥମରେ ରହିଛି ରାଜସ୍ଥାନର ରାଜଧାନୀ ଜୟପୁର । ଏଠାରେ ଏବେ ବି ଜୟପୁର ରାଜପରିବାର ରହୁଛନ୍ତି । ଏହି ରାଜପରିବାର ସବୁବେଳେ ନିଜର ରାଜକୀୟ ଆଡ଼ମ୍ବର ଏବଂ ଐଶ୍ୱର୍ଯ୍ୟ ପାଇଁ ରହିଥାନ୍ତି ଚର୍ଚ୍ଚାରେ। ବର୍ତ୍ତମାନ ଏହି ରାଜପରିବାରର ଦାୟିତ୍ୱ ରାଜା ପଦ୍ମନାଭ ସିଂହଙ୍କ ପାଖରେ ଅଛି । ଯାହାଙ୍କ ବୟସ ମାତ୍ର ୨୪ ବର୍ଷ। ରାଜା ପଦ୍ମନାଭ ସିଂହଙ୍କ ପାଖରେ ୨୦ ହଜାର କୋଟିରୁ ଅଧିକ ସମ୍ପତ୍ତି ରହିଛି।

ଦ୍ବିତୀୟରେ ରହିଛନ୍ତି ମେୱାଡର ରାଜପରିବାର । ମେୱାଡ ରାଜା ମହାରାଣା ପ୍ରତାପ ଥିଲେ । ଯିଏକି ମୋଗଲ ସମ୍ରାଟ ଆକବରଙ୍କ ଗର୍ବକୁ ଭାଙ୍ଗି ଦେଇଥିଲେ । ଏହି ରାଜପରିବାରର କିଛି ଦିନ ପୂର୍ବରୁ ଉତ୍ତରାଧିକାରୀ ଲଢ଼େଇ ପାଇଁ ରହିଥିଲେ ଚର୍ଚ୍ଚାରେ । ବର୍ତ୍ତମାନ ଲକ୍ଷ୍ୟରାଜ ସିଂହଙ୍କୁ ମେୱାଡର ରାଜପରିବାରର ୭୭ତମ ସଂରକ୍ଷକ ହୋଇଛନ୍ତି । ମେୱାଡ ରାଜପରିବାରର CHRH ଗ୍ରୁପ୍ ଅଫ୍ ହୋଟେଲ୍ସ ନାଁରେ ଏକ ବ୍ୟବସାୟ ଅଛି । ଯେଉଁଥିରେ ଐତିହ୍ୟ ହୋଟେଲ୍, ରିସର୍ଟ ଏବଂ ଚାରିଟେବୁଲ୍‌ ଟ୍ରଷ୍ଟ ସାମିଲ୍‌ ରହିଛି । ଏହାବ୍ୟତୀତ ଉଦୟପୁରର ପିଛୋଲା ଦ୍ୱୀପରେ ଜଗମନ୍ଦିର ପ୍ରାସାଦ ମଧ୍ୟ ନିର୍ମାଣ କରାଯାଇଛି  ।

ଅଲସିସର ରାଜପରିବାର । ଏହାର ମୂଳ କ୍ଷେତରି ରାଜ୍ୟ ସହିତ ଜଡିତ । ଯାହା ଏକଦା ପ୍ରାକୃତିକ ସମ୍ପତ୍ତି ପାଇଁ ଜଣାଶୁଣା ଏକ ଅତ୍ୟନ୍ତ ସମୃଦ୍ଧ ରାଜ୍ୟ ଥିଲା। ଅଭିମନ୍ୟୁ ସିଂହ ଏହି ରାଜପରିବାରର ମୁଖ୍ୟ । ଯିଏ ପୈତୃକ ସମ୍ପତ୍ତିକୁ ଏକ ବିଳାସପୂର୍ଣ୍ଣ ରିଟ୍ରିଟ୍‌ରେ ପରିଣତ କରିଛନ୍ତି।

ଯୋଧପୁରର ରାଜପରିବାର । ଅପାର ଧନସମ୍ପତ୍ତିରେ ପରିପୂର୍ଣ୍ଣ ଏହି ରାଜପରିବାର । ଏଠାକାର ପିଲାମାନେ ଖେଳିବାକୁ ଥିବା ଖେଳଣା ମଧ୍ୟ ସୁନାରେ ତିଆରି ହୋଇଥିଲା। ଏହି ରାଜପରିବାରର ରାଜା ମହାରାଜା ହନୱନ୍ତ ସିଂହ ଯୋଧପୁରରେ ଦେଶର ପ୍ରଥମ ଘରୋଇ ବିମାନ ଷ୍ଟ୍ରିପ୍ ନିର୍ମାଣ କରିଥିଲେ। ଯୋଧପୁରର ରାଜପରିବାର ତାଜ ଗ୍ରୁପ୍ ସହିତ ଐତିହ୍ୟ ହୋଟେଲରେ ପାର୍ଟନରସିପ୍‌ କରୁଛି।

ବିକାନେରର ରାଜପରିବାର । ରାଜସ୍ଥାନର ପ୍ରଭାବଶାଳୀ ରାଜପରିବାର ମଧ୍ୟରୁ ଗୋଟିଏ । ରାଜ୍ୟଶ୍ରୀ କୁମାରୀ ବର୍ତ୍ତମାନ ଏହି ରାଜପରିବାରର ଉତ୍ତରାଧିକାରୀ । ଏହି ରାଜପରିବାରର ଏକ ଐତିହ୍ୟ ହୋଟେଲ ଅଛି, ଯେଉଁଥିରେ ଶ୍ରୀ ସଦୁଲ ସଂଗ୍ରହାଳୟ ନିର୍ମାଣ କରାଯାଇଛି ।  ଏଠାରେ ପୁରୁଣା ଅସ୍ତ୍ରଶସ୍ତ୍ର ଦେଖିବାକୁ ପାଇବେ।

ଜୈସଲମେରର ରାଜପରିବାର । ଚଳିତବର୍ଷ ୮୭୦ ବର୍ଷ ପୂରଣ କରିବାକୁ ଯାଉଛି । ଏହି ରାଜପରିବାର ମୋଗଲଠାରୁ ବ୍ରିଟିଶ ପର୍ଯ୍ୟନ୍ତ ଅନେକ ଉତ୍ଥାନ-ପତନର ସମ୍ମୁଖୀନ ହୋଇଛି । କିନ୍ତୁ ନିଜର ପରିଚୟ ବଜାୟ ରଖିଛି । ବର୍ତ୍ତମାନ ଚୈତନ୍ୟ ରାଜ ସିଂହ ରାଜପରିବାରର ସିଂହାସନରେ ୪୪ତମ ମହାରାୱଲ ରୂପେ ରହିଛନ୍ତି ।

ଲିଷ୍ଟର ଶେଷରେ ରହିଛି ଧୋଲପୁର ରାଜପରିବାର । ଯେଉଁଥିରୁ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଅଛନ୍ତି । ୧୯୪୯ ମସିହାରେ ଏହି ରାଜପରିବାର ଭାରତୀୟ ସଂଘରେ ନିଜକୁ ବିଲୟ କରିଥିଲା। କୁହାଯାଏ ଯେ ଏହି ରାଜପରିବାରର ଐତିହ୍ୟ କୋଟି କୋଟି ଟଙ୍କାର।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.