ଏମାନେ ବିଶ୍ୱର ୫ ଶକ୍ତିଶାଳୀ ରାଷ୍ଟ୍ର, ଜାଣନ୍ତୁ ଭାରତର ସ୍ଥାନ କେଉଁଠି?

Published By : Prameya-News7 Bureau | July 17, 2025 IST

ନୂଆଦିଲ୍ଲୀ ୧୭।୭: ଆଜି ଆମେ ୨୦୨୫ରୁ ୨୦୨୬ ଆଡକୁ ଅଗ୍ରସର ହେଉଛେ। ଏଣୁ ବିଶ୍ୱରେ ଦେଶମାନେ ଏବେ  ଆର୍ଥିକ, ସାମରିକ ଓ କୂଟନୈତିକ ରୂପେ ନିଜକୁ ମଜଭୁତ କରିବାରେ ଲାଗିଛନ୍ତି। ଏଥି ମଧ୍ୟରେ ‘ଫୋର୍ବସ’ ବିଶ୍ୱର ୧୦ ସବୁଠୁ ଶକ୍ତିଶାଳୀ ଦେଶଙ୍କ ସୂଚୀ ଜାରି କରିଛି। ଏହି ତାଲିକାରେ ଆମେରିକା ପୁଣି ଥରେ ୧ ନମ୍ବର ସ୍ଥାନରେ ଥିବା ବେଳେ ଚୀନ୍‌ ଦ୍ରୁତବେଗରେ ଆମେରିକା ନିକଟତର ହେବାରେ ଲାଗିଛି। ଏଥିରେ ଭାରତର ସ୍ଥିତିରେ ମଧ୍ୟ ବେଶ୍ ସୁଧାର ଆସିଛି। ତେବେ ଆସନ୍ତୁ ଜାଣିବା ଫୋର୍ବସ ତାଲିକାରେ ଆମେ ସ୍ଥାନ କେଉଁଠି?

ଆମେରିକା
ଶକ୍ତିଶାଳୀ ଦେଶଙ୍କ ସୂଚୀର ସର୍ବାଗ୍ରେ ରହିଛି ଆମେରିକା। ୩୦.୩୪ଟ୍ରିଲିୟନ ଡଲାର ଜିଡିପି ଓ ୩୪.୫ କୋଟି ଜନସଂଖ୍ୟା ସହିତ ଆମେରିକା ଆଜିବି ବିଶ୍ୱର ସର୍ବ ବୃହତ୍ତ୍ ଆର୍ଥିକ ଓ ସୈନ୍ୟ ଶକ୍ତି ରହିଛି। ବୈଷୟିକ, ସାଂସ୍କୃତିକ ଓ କୂଟନୀତି ଦେଶକୁ ବିଶ୍ୱର ୧ ନମ୍ବର କରି ରଖିଛି। ଏହାର ବୈଶ୍ୱିକ ସାମରିକ ଆଡ୍ଡା ଓ ମଜଭୁତ ମେଣ୍ଟ ଏହାର ସ୍ଥିତିକୁ ଆହୁରି ଦୃଢ କରିଛି। 

ଚୀନ୍‌ 
କେବଳ ଏସିଆ ନୁହେଁ ଚୀନ୍‌ ଏବେ ପୁରା ବିଶ୍ୱରେ ଆମେରିକାର ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀରେ ପରିଣତ ହୋଇଛି। ଏହାର ଜିଡିପି ୧୯.୫୩ ଟ୍ରିଲିୟନ ଡଲାରକୁ ପହଞ୍ଚି ଯାଇଛି। ୧୪୧ କୋଟି ଜନସଂଖ୍ୟା ଏବେ ଏହି ଦେଶର ତାକତ ପାଲଟିଛି। ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ଓ ବୈଷୟିକ ନିବେଶ ଏହାର ବୈଶ୍ୱିକ ସ୍ଥିତିକୁ ଆହୁରି ମଜଭୁତ କରୁଛି। 

ଋଷିଆ

ଯଦିଓ ଆର୍ଥିକ କ୍ଷମତାରେ ଋଷିଆ ଦୁର୍ବଳ ହେଲେ ଏହାର ସାମରିକ କ୍ଷମତା ଓ ପରମାଣୁ କ୍ଷମତା ଏହି ଦେଶକୁ ବିଶ୍ୱର ୩ ନମ୍ବର ଶକ୍ତିଶାଳୀ ଦେଶରେ ପରିଣତ କରିଛି। ୨.୨ଟ୍ରିଲିୟନ ଡଲାରର ଅର୍ଥନୀତି ଓ ୧୪୪.୪ କୋଟିର ଜନସଂଖ୍ୟା ଯୋଗୁ ଋଷିଆ ବୈଶ୍ୱିକ ରାଜନୀତିରେ ନିଜକୁ ମଜଭୁତ କରିଛି।  

ବ୍ରିଟେନ 
ବ୍ରେଗଜିଟ୍ ପରେ ମଧ୍ୟ ବ୍ରିଟେନ ନିଜର ଆର୍ଥିକ ଓ କୂଟନୈତିକ କ୍ଷମତାକୁ କାୟମ ରଖିଛି। ୩.୭୩ ଟ୍ରିଲିୟନ ଡଲାରର ଜିଡିପି ଓ ୬.୯୧ କୋଟି ଜନସଂଖ୍ୟା ବ୍ରିଟେନକୁ ମିଳିତ ଜାତି ସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସିଟ୍ ସାଙ୍ଗକୁ ନାଟୋରେ ଭାଗିଦାରୀ ବିଶ୍ୱର ଶୀର୍ଷ ଦେଶଙ୍କ ସୂଚୀରେ ଏହାକୁ କାୟମ ରଖିଛି। 

ଜର୍ମାନୀ
ଯୁରୋପର ସବୁଠୁ ମଜଭୁତ ଅର୍ଥ ବ୍ୟବସ୍ଥା ହେଉଛି ଜର୍ମାନୀ। ୪.୯୨ ଟ୍ରିଲିୟନ ଜିଡିପି ଓ ୮.୪୫କୋଟି ଜନସଂଖ୍ୟା ସହିତ ଦେଶର ବୈଷୟିକ, ଔଦ୍ୟୋଗିକ ଓ କୂଟନୈତିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ୟୁରୋପୀୟ ସଂଘର ନୀତି ଏହି ଦେଶ ଉପରେ ଗଭୀର ପ୍ରଭାବ ପକାଉଛି। 

ଫୋର୍ବସର ଏହି ସୂଚୀରେ ୬ରୁ ୧୦ ପର୍ଯ୍ୟନ୍ତ ସ୍ଥାନରେ ଫ୍ରାନ୍ସ , ଜାପାନ, ସାଉଦୀଆରବ, ଦକ୍ଷିଣ କୋରିଆ ଓ ଇଟାଲୀ ଆଦି ଦେଶ ଅଛନ୍ତି। ଯଦିଓ ଫୋର୍ବସର ପୂରା ସୂଚୀରେ ସବୁ ଦେଶଙ୍କ ଉଲ୍ଲେଖ ନାହିଁ ତେବେ ଫ୍ରାନ୍ସ , ଜାପାନ, ସାଉଦୀଆରବ, ଦକ୍ଷିଣ କୋରିଆ ଓ ଇଟାଲୀ ଭଳି ଦେଶମାନେ ଟପ ୧୦ ସୂଚୀରେ ଅଛନ୍ତି। ଏହି ଦେଶମାନଙ୍କ ବୈଷୟିକ ଜ୍ଞାନକୌଶଳ, ଶକ୍ତି, ରକ୍ଷା ଓ ଅନ୍ତର୍ଜାତୀୟ ସମ୍ପର୍କ ମାମଲାରେ ଏମାନଙ୍କୁ ଅଲଗା ପରିଚୟ ଦେଇଛି। 

ଫୋର୍ବସ ଶକ୍ତିଶାଳୀ ଦେଶଙ୍କ ସୂଚୀର ଦ୍ୱାଦଶ ସ୍ଥାନ ଅର୍ଥାତ ୧୨ତମ ସ୍ଥାନରେ ଭାରତ ଏବେ ଦ୍ରୁତ ପ୍ରଗତି ହାସଲ କରୁଛି। ସୂଚୀ ଅନୁସାରେ ଭାରତ ଏବେ ଦ୍ୱାଦଶ ସ୍ଥାନରେ ରହିଛି, ହେଲେ ଏହାର ପ୍ରଭାବ ଓ ପ୍ରଗତି ସ୍ପଷ୍ଟ ଦେଖା ଯାଉଛି। ୩.୫୫ ଟ୍ରିଲିୟନ ଜିଡିପି ସହିତ ୧.୪୩ ବିଲିୟନ ଜନସଂଖ୍ୟା ଭାରତକୁ ଏକ ଉଦୟମାନ ମହାଶକ୍ତି ଭାବେ ଦେଖୁଛି। ଗୋଟିଏ ପଟେ ଭାରତର ସାମରିକ କ୍ଷମତା ବଢିବଢି ଚାଲିଥିବା ବେଳେ ବିଦେଶ ନୀତିରେ ମଧ୍ୟ ସକ୍ରିୟ ଭୂମିକା ନିର୍ବାହ କରୁଛି। ଆଗାମୀ ବର୍ଷମାନଙ୍କରେ ଭାରତର ରାଙ୍କ ଆହୁରି ଉପରକୁ ଉଠିପାରେ ବୋଲି ଏବେ ଅନୁମାନ କରାଯାଉଛି। 

୨୦୨୫ର ଏହି ସୂଚୀ ଦର୍ଶାଉଛି ବିଶ୍ୱର କ୍ଷମତା ସନ୍ତୁଳ କିପରି ଧିରେ ଧିରେ ବଦଳୁଛି। ଏଥିରେ ଆମେରିକା ଏବେ ବି ୧ନମ୍ବର ସ୍ଥାନରେ ଥିବା ବେଳେ ଚୀନ୍‌ ଏହାର ଖୁବ୍ ନିକଟତର ହେଲାଣି। ଏଥିରେ ଭାରତ ଭଳି ଦେଶ ନିଜକୁ ଗ୍ଲୋବାଲ ପାୱାର ରୂପେ ସ୍ଥାପିତ କରିସାରିଲାଣି। ଆଗାମୀ ଦଶନ୍ଧୀରେ ଏହି ଛବି ଆହୁରି ବଦଳି ଯାଇଥିବ, ଯେଉଁଠି ଭାରତ ତୃତୀୟ ବୃହତ୍ତ ଶକ୍ତିରେ ପରିଣତ ନ ହେବ ତାହା କହି ହେଉ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.