ସ୍ପଷ୍ଟୀକରଣ ନଦେଇ ଖଣି ଖୋଳିଲେ ହେବ ବିରୋଧ, ବିସ୍ଥାପିତଙ୍କ ସମସ୍ୟା ନବୁଝିଲେ ଆନ୍ଦୋଳନ ଚେତାବନୀ

Published By : Prameya-News7 Bureau | June 22, 2025 IST

ବଲାଙ୍ଗିର ୨୨।୬: ବଲାଙ୍ଗିରରେ ହେବାକୁ ଯାଉଛି ଖଣି ଖନନ । ତା ପୂର୍ବରୁ ଦେଖାଦେଇଛି କେଁ । ଏନେଇ ଜନସାଧାରଣଙ୍କ ମତାମତ ନନେଇ ଖଣି ଖନନ କରୁଥିବା ଯୋଜନା କରିଥିବାରୁ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି କୋଶଳ ନେତା । ଏନେଇ ବଲାଙ୍ଗିର ସମ୍ବାଦିକ ଭବନ ଠାରେ ସମ୍ବାଦିକ ସମ୍ବିଳନୀ ଜରିଆରେ ସୂଚନା ଦେଇଛନ୍ତି । 

କୋଶଳ ନେତା ପ୍ରମୋଦ ମିଶ୍ର କହିଛନ୍ତି, ଲୋୟର ସୁକତେଲ ପ୍ରକଳ୍ପ ଉଭୟ ପାର୍ଶ୍ଵ ପାଟଣାଗଡ଼ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ୯ଟି ମାଇନିଂ ବ୍ଲକ ଠାବ କରାଯାଇ ଖଣି ଖନନ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ହେଲେ ଏହି ଅଞ୍ଚଳରେ ବିସ୍ଥାପିତ ହେବାକୁ ଥିବା ୨୫ରୁ ଅଧିକ ଗ୍ରାମବାସୀଙ୍କ ମତାମତ ନିଆଯାଇନାହିଁ । ନା ପଲ୍ଲୀସଭା ନା ଗ୍ରାମସଭା ନା କୌଣସି ବୈଠକ କରାଯାଇ ନାହିଁ । ଖାଲି ସେତିକି ନୁହେଁ । ହଜାର ହଜାର ଲୋକ ବିସ୍ଥାପିତ ହେବାକୁ ଥିବାବେଳେ ସେମାନଙ୍କ ପାଇଁ କ’ଣ ସୁବିଧା କରଯାଉଛି ସେନେଇ ମଧ୍ୟ ସ୍ପଷ୍ଟ କରିନାହିଁ ପ୍ରଶାସନ । ଏନେଇ ଖଣି ଖନନ ପୂର୍ବରୁ ସବୁକିଛି ସ୍ପଷ୍ଟ କରନ୍ତୁ ବୋଲି ଦାବି କରିବା ସହ ଯଦି ଲୋକଙ୍କ ସମସ୍ୟା ନବୁଝି ଖଣି ଖନନ ହେଲେ ଆଗକୁ ବିରୋଧ ସହ ଆନ୍ଦୋଳନ ହେବ ବୋଲି କୋଶଳ ନେତା ପ୍ରମୋଦ ମିଶ୍ର କହିଛନ୍ତି ।  

You Can Read:

ଲଗାଣ ବର୍ଷାରେ ଭାସିଗଲା ବାଉଁଶଯୋରା ନାଳର ଡାଇଭର୍ସନ ପୋଲ, ଯୋଗାଯୋଗ ବିଚ୍ଛିନ୍ନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.