LIVE TV

ପୁରୀ ପୋଲିସକୁ ବଡ଼ ସଫଳତା : ୧୫୧ ଗ୍ରାମ ବ୍ରାଉନସୁଗାର ଜବତ, ୪ ଗିରଫ

NEWS7
there-will-be-no-power-tariff-hike-in-odisha

ପୁରୀ ୦୨।୧୧ : ପୁରୀ ପୋଲିସର ଅପରେସନ ଚକ୍ରକୁ ବଡ଼ ସଫଳତା । ୧୫୧ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପିପିଲି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏହାସହ ନଗଦ ୬ ଲକ୍ଷ ୩୦ ହଜାର ୭ ଟଙ୍କା ଜବତ ହୋଇଛି।

ଖବର ଅନୁଯାୟୀ, ବ୍ରାଉନସୁଗାର କାରବାର ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପିପିଲି ଓ ପୁରୀ ପୋଲିସ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ଏହିକ୍ରମରେ ପୋଲିସ ଚଢାଉ କରି ୧୫୧ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଲିଛି । ଏହାସହିତ ନଗଦ ୬ ଲକ୍ଷ ୩୦ ହଜାର ୭ ଶହ ଟଙ୍କା ଜବତ ହୋଇଛି । ଏହି ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୭ ଟି ମୋବାଇଲ ଫୋନ୍, ଗୋଟିଏ ଚାରି ଚକିଆ ଗାଡି, ଗୋଟିଏ ବୁଲେଟ, ଦୁଇଟି ବାଇକ ଜବତ। ତେବେ ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।