ଭାଙ୍ଗିଲା ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ୍ ପାଚେରୀ, ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି

NEWS7
there-will-be-medical-colleges-in-all-districts-said-by-cm

ଚଣ୍ଡିଖୋଲ ୨୪।୨: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର । ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଫାର୍ମ ହାଉସ୍ ପାଚେରୀ ସହ କିଛି ଘରକୁ ଉଚ୍ଛେଦ କଲା ପ୍ରଶାସନ । ୧ ଏକର ୧୦ ଡିସିମିଲ୍ ଜମି ଜବରଦଖଲ କରିଥିଲେ ପ୍ରଣବ ବଳବନ୍ତରାୟ ।

ଏ ଖବର ବି ପଢ଼ନ୍ତୁ:- ଚିନ୍ତା ବଢାଇଛି ରାଜ୍ୟରେ ହାତୀ ମୃତ୍ୟୁ, ବିଧାନସଭାରେ ମନ୍ତ୍ରୀ ଦେଲେ ସ୍ପଷ୍ଟ ସୂଚନା

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡ଼ ମଧୂପୁର ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ରହିଛି । ଯେଉଁ ଫାର୍ମ ହାଉସ ପାଚେରୀ ମଧ୍ୟରେ ସରକାରୀ ଜମି ରହିଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ତଳଗଡ ରାଜସ୍ଵ ନୀରିକ୍ଷକ ଉକ୍ତ ଫାର୍ମ ହାଉସ ଭିତରେ ୧ ଏକର ୧୦ ଡିସିମିଲ ଜାଗା ରହିଥିବା ରିପୋର୍ଟ କରିବା ପରେ ଜାଗା ଉଚ୍ଛେଦ ହେବ ବୋଲି ଜଣା ପଡିଥିଲା । ପ୍ରଣବଙ୍କୁ ନୋଟିସ୍ ପରେ ମାପଚୁପ ହୋଇଥିଲା । ଯାହାକୁ ନେଇ ପ୍ରଣବ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଡିମାର୍କେଶନ ଆବେଦନ କରିଥିଲେ । ଧର୍ମଶାଳା ତହସିଲ ପକ୍ଷରୁ ଦୁଇ ଦିନ ଧରି ଉକ୍ତ ଜାଗା ମାପଚୁପ ହେବା ପରେ ପ୍ରଣବଙ୍କ ଦଖଲରେ ନଥିବା ୧ ଏକର ୨୭ ଡିସିମିଲ ଜାଗା ଚିହ୍ନଟ କରାଇଥିବା ବେଳେ ତାଙ୍କ ଦଖଲରେ ଥିବା ୧ ଏକର ୧୦ ଡିସିମିଲ ଉଚ୍ଛେଦ ପାଇଁ ଆଇନଗତ ବ୍ୟବସ୍ଥା କରାଯାଇଛି । ଉକ୍ତ ଜବର ଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।