ପୁରୀରେ ଏୟାରପୋର୍ଟ ହେବ, କେନ୍ଦ୍ର ସରକାରଙ୍କ ନିକଟରେ ନିଶ୍ଚିତ ଦାବି ରଖିବୁ

Published By : Prameya-News7 Bureau | July 05, 2025 IST

ଭୁବନେଶ୍ବର ୫।୭: ପୁରୀରେ ଏୟାରପୋର୍ଟ ହେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଗୋବିନ୍ଦ ଦାସ । ସେ କହିଛନ୍ତି, ପୁରୀରେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଦେବତା ଅଛନ୍ତି । ପୁରୀରେ ଏୟାରପୋର୍ଟ ହେବ । କେନ୍ଦ୍ର ସରକାରଙ୍କ ପାଖରେ ନିଶ୍ଚିତ ଭାବରେ ଦାବି ରଖିବୁ । ଆମେ ନିଶ୍ଚିତ, ଯାହା ଓଡ଼ିଶାବାସୀଙ୍କ ଅପେକ୍ଷା ଅଛି । ସରକାର ତାକୁ ପୁରା କରିବାକୁ ଚେଷ୍ଟା କରିବେ । ଯାହା ଯାହା ବାଧକ ସାଜୁଛି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ବସି ଆଲୋଚନା କରିବେ । ଆମର ଡବଲ ଇଞ୍ଜିନ ସରକାର ଅଛି । କୌଣସି ଜିନିଷରେ ବାଧକ ସାଜିବ ନାହିଁ । ଟିକେ ଡେରି ହେବ, କିନ୍ତୁ ନିଶ୍ଚୟ ପୁରା ହେବ ବୋଲି ଗୋବିନ୍ଦ ଦାସ କହିଛନ୍ତି ।

ସେପଟେ ବାଲେଶ୍ଵରକୁ ମହାନଗର ନିଗମ ମାନ୍ୟତା ଦାବି ପ୍ରସଙ୍ଗରେ ବିଜେପି ବିଧାୟକ କହିଛନ୍ତି, ଆମେ ବାଲେଶ୍ଵରବାସୀଙ୍କର ମଧ୍ୟ ଦାବି ବାଲେଶ୍ଵରକୁ ମହାନଗର ନିଗମ ଭାବେ ଘୋଷଣା କରାଯାଉ । ବାଲେଶ୍ଵରରେ ଭିତ୍ତିଭୂମି ଅଛି । ପ୍ରତିରକ୍ଷା ଏବଂ ଶିଳ୍ପାଞ୍ଚଳ ଦୃଷ୍ଟିକୋଣରୁ ବେଶ ଗୁରୁତ୍ଵପୂର୍ଣ୍ଣ ସ୍ଥାନ । ବିଧାୟକ ମାନେ ଏକଥା ରଖି ସାରିଛନ୍ତି । ନଗରଉନ୍ନୟନ ମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଏନେଇ ଦାବି କରିବୁ ବୋଲି ଗୋବିନ୍ଦ ଦାସ, କହିଛନ୍ତି ।

ବିଜେପି ନିର୍ବାଚନ ନେଇ ସେ କହିଛନ୍ତି, ବିଜେପି ନିର୍ବାଚନ ପ୍ରକ୍ରିୟା ଅନୁସାରେ ହିଁ ସଭାପତି ଚୟନ ହେବ । ବିଧାୟକ, ସାଂସଦଙ୍କ ସହିତ ଯେଉଁମାନେ ଭୋଟ୍ ଦେବେ, ସେମାନେ ଉପସ୍ଥିତି ରହି ଭୋଟ୍ ଦେବେ । ଗଣତନ୍ତ୍ର ପ୍ରକ୍ରିୟାରେ ହିଁ ବିଜେପି ସଭାପତି ଚୟନ ହେବ । 

You Can Read:

ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଯୁବକ, ଗତ ୩୦ତାରିଖରେ ଶେଷଥର କଥା ହୋଇଥିଲେ ପରିବାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.