LIVE TV

ଏପଟେ ମନ୍ଦିରରେ ଚାଲିଥିଲା ପଞ୍ଚୁକ ପୂଜା, ସେପଟେ ଓଲଟିଲା ମାଛ ବୋଝେଇ ଟ୍ରକ୍

NEWS7
there-is-one-leader-within-party-he-is-our-president-naveen-patnaik-says-umakant-samantray

ବାରିପଦା ୦୫/୧୧: ସରିଲା ଧର୍ମମାସ, ଆଜି କାର୍ତ୍ତିକ ପୂର୍ଣ୍ଣିମା । କାଲି ଛାଡ଼ଖାଇ । ରାହାସ ପୂର୍ଣ୍ଣିମା ପାଇଁ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । ଭଜନ କୀର୍ତ୍ତନ ବି ଚାଲିଛି । ହଠାତ୍ ରାଜପଥରେ ହୋଇଥିଲା ପ୍ରଚଣ୍ଡ ଶବ୍ଦ । କାରଣ ଓଲଟିଥିଲା ପିକ୍ ଅପ୍ ଭ୍ୟାନ୍ । ଗୋ ମାଂସ ଭାବି ଅଟକାଇଥିଲେ ଲୋକେ । କିନ୍ତୁ ଡ଼ବା ଖୋଲିବା ପରେ ଭୁଶ୍‌ ଭାଶ୍ ଖସିଥିଲା ଜିଅନ୍ତା ମାଛ । ତା ପୁଣି ପୁଳା ପୁଳା ସଂଖ୍ୟାରେ ।

ଆଉ ଏ ଦୃଶ୍ୟ ଦେଖିବା ପରେ ଲୋକେ ଧର୍ମ କରିବେ କଣ, ଦୌଡିଲେ ଲୋକେ । କିଏ କେତେ ନବ ଚାଲିଲା ପ୍ରତିଯୋଗିତା । ଯିଏ ଯେତେ ପାରିଲା ଗୋଟାଇ ନେଲା । ଯେହେତୁ ବୁଧବାର କାର୍ତ୍ତିକ ମାସ ସରୁଛି, ସେଥିପାଇଁ ମାଛ ନେବାକୁ ବାଡିଆପିଟା ସ୍ଥିତି ଉପୁଜିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୃଶ୍ୟ ଘଟିଛି ବାରିପଦାରେ । 

କହିବାକୁ ଗଲେ ଗୁରୁବାର ଛାଡ଼ ଖାଇ । ଏଥିପାଇଁ ପିକ୍‌ ଅପ୍ ଭ୍ୟାନରେ ଯାଉଥିଲା ଜିଅନ୍ତା ମାଗୁର ମାଛ । କିଛି ଲୋକ ଗୋମାଂସ ଭାବି ଭ୍ୟାନକୁ ଗୋଡ଼ାଇ ଗୋଡ଼ାଇ ଧରିଲେ। ଡଲା ଖୋଲିଦେବାରୁ ରାଜପଥ ଉପରେ ବିଛାଡ଼ି ପଡ଼ିଥିଲା ଟନ ଟନ ଜିଅନ୍ତା ମାଛ । ରାସ୍ତା ପାଲଟିଯାଇଥିଲା ମାଛର ସମୁଦ୍ର । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ବାରିପଦା ମୁର୍ଗାବାଡି ନିକଟସ୍ଥ ଜୁବୁଲି ପେଟ୍ରୋଲ ପମ୍ପ ସମ୍ମୁଖରେ ମଙ୍ଗଳବାର ରାତି ପ୍ରାୟ ୧୦.୩୦ଟାରେ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିପଡିଥିଲା ମାଛ ବୋଝେଇ ପିକ୍‌ ଅପ୍ ଭ୍ୟାନ୍ ।

ଭ୍ୟାନ୍‌ ଓଲଟି ପଡିବା ପରେ ତାର ପଛପଟ ଡାଲାଟି ଖସି ଯିବାରୁ ଗାଡ଼ିରେ ବୋଝେଇ ଥିବା ଜିଅନ୍ତା ମାଛ ଗୁଡ଼ିକ ରାସ୍ତା ଉପରେ ବିଛାଡି ହୋଇ ପଡ଼ିଥିଲା । ଆଉ ଏସବୁ ଦେଖି ଲୋଭ ସମ୍ୱରଣ କରିପାରିନଥିଲେ ଲୋକେ । ହାତରେ ବ୍ୟାଗ୍ ଓ ଅଖା ଧରି ମାଛ ବୋହି ନେବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।