କିଛି ତଳିଆ ଅଞ୍ଚଳରେ ପାଣି ପଶିଛି, ହେଲେ ତାହା ବନ୍ୟା ନୁହେଁ

Published By : Prameya-News7 Bureau | July 10, 2025 IST

ଭୁବନେଶ୍ବର ୧୦।୭: ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ । ସୁବର୍ଣ୍ଣରେଖାରେ ଗତ ଦୁଇ ଦିନରେ ଉପରମୁଣ୍ଡରେ ବର୍ଷା ଯୋଗୁଁ ଗୁରୁବାର ସନ୍ଧ୍ୟା ସୁଦ୍ଧା ରାଜଘାଟରେ ବିପଦ ସଂକେତ ଉପରକୁ ଯିବ । ସୁବର୍ଣ୍ଣରେଖା ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ବନ୍ୟା ସମ୍ଭାବନା ଅଛି । ହୀରାକୁଦର ୧୬ ଗେଟ୍‌ରେ ପାଣି ଛଡା ଯାଉଛି । ଜଳ ଧାରଣ କ୍ଷମତାକୁ ଦେଖି ଗେଟ୍ ଖୋଲିବା କି ବନ୍ଦ ହେବ ନିଷ୍ପତ୍ତି ନିଆଯିବ । 

ବର୍ତ୍ତମାନ ମହାନଦୀ ଉପରମୁଣ୍ଡରେ ବର୍ଷା ନାହିଁ । ରେଙ୍ଗାଲିର ଦୁଇଟି ଗେଟ୍‌ରେ ଜଳ ନିଷ୍କାସନ ଚାଲିଛି । କଣାସରେ ବନ୍ୟା ନାହିଁ । ମୁଣ୍ଡଳୀର ପାଣି ଦୟା ନଦୀକୁ ଯାଉଛି । କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । ହେଲେ ତାହା ବନ୍ୟା ନୁହେଁ । ମୁଣ୍ଡଳୀରୁ ବନ୍ୟା ପାଣି ଦୟା ନଦୀରେ ମିଶିଲେ ଜଳ ପ୍ରଦୂଷଣ କମିବ । ଗଙ୍ଗୁଆ ନାଳରୁ ପାଣି ମିଶିବାରୁ ହୁଏତ ଦୟା ନଦୀ ଦୂଷିତ ହେଉଥିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।

You Can Read:

ଫୁଲୁଛି ସୁବର୍ଣ୍ଣରେଖା, ତୃତୀୟ ବନ୍ୟା ଆଶଙ୍କା ନେଇ ଆଲର୍ଟରେ ପ୍ରଶାସନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.