ମହାନଦୀ ତଳମୁଣ୍ଡରେ ନାହିଁ ବନ୍ୟା ଆଶଙ୍କା, ଛତିଶଗଡରୁ ବନ୍ୟା ଜଳ ଆସିଲେ ସମସ୍ୟା ନାହିଁ

Published By : Prameya-News7 Bureau | July 06, 2025 IST

ସମ୍ବଲପୁର ୦୬/୦୭: ରାଜ୍ୟରେ ବନ୍ୟା ସ୍ଥିତି ନଥିବା ସ୍ପଷ୍ଟ କରିଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ । ସେ କହିଛନ୍ତି ଶନିବାର ରେଙ୍ଗାଲି ଡ୍ୟାମରେ ଗୋଟିଏ ଗେଟ୍‌ ଖୋଲାଯାଇଥିଲା । ଉପରମୁଣ୍ଡରେ ବର୍ଷା ପାଇଁ ରବିବାର ଆଉ ଏକ ଗେଟ୍‌ ଖୋଲାଯାଇଛି । ସେହିପରି ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି।  ନିଷ୍ପତ୍ତି ହୋଇଛି ବର୍ତ୍ତମାନ ଆମେ ୧୨ଟି ଗେଟ୍‌ ହୀରାକୁଦରେ ପର୍ଯ୍ୟାୟ କ୍ରମେ ଖୋଲିବୁ। ମହାନଦୀର ତଳମୁଣ୍ଡରେ କୌଣସି ବନ୍ୟା ନାହିଁ। 

ପାଣିପାଗ ବିଭାଗ ଆକଳନ ଅନୁଯାୟୀ ବର୍ଷା ଅଧିକ ନଥିଲା କିନ୍ତୁ ଗତକାଲି ପ୍ରବଳ ବର୍ଷା ହୋଇଛି। ବର୍ତ୍ତମାନ ୨ଲକ୍ଷ କ୍ୟୁସେକ ଜଳ ହୀରାକୁଦକୁ ପ୍ରବେଶ କରୁଛି। ୬ ଟି ଗେଟରୁ ୩୮ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। । ସନ୍ଧ୍ୟା ସୁଦ୍ଧା ୧୨ଟା ଗେଟ୍‌ ଖୋଲିଲେ ୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବ।  ଆଜିକା ଦିନରେ ହୀରାକୁଦ ଜଳଭଣ୍ଡାର ରେ ୬୦୫ ଫୁଟ୍‌ ଜଳ ରହିବା କଥା କିନ୍ତୁ ବର୍ତ୍ତମାନ ୬୦୯ ଫୁଟ୍‌ ରହିଚି। ହୀରାକୁଦ ଜଳଭଣ୍ଡାର ର କ୍ଷମତା ୬୩୦ ଫୁଟ୍।  ତେଣୁ ଛତିଶଗଡ଼ରୁ ବନ୍ୟା ଜଳ ଆସିଲେ କୌଣସି ସମସ୍ୟା ନାହିଁ।

ବୈତରଣୀରେ ବାଂଶପାଳରେ ବର୍ଷା ହୋଇଛି। କିନ୍ତୁ ବନ୍ୟା ସ୍ଥିତି ନାହିଁ। ବାଲେଶ୍ଵରରେ ସ୍ଥିତି ନର୍ମାଲ ରହିଚି। ସୁବର୍ଣ୍ଣରେଖା ରାଜଘାଟରେ ବିପଦ ସଙ୍କେତ ତଳେ ପାଣି ପ୍ରବାହିତ ହେଉଛି। ଉନ୍ନୟନ କମିଶନର ତଥା ଜଳସମ୍ପଦ ସଚିବ ଆସି ସମୀକ୍ଷା କରିବା ସହ ସମସ୍ତଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.