ଶ୍ରୀମନ୍ଦିର ଚାରିଦ୍ଵାରରେ ସୁରକ୍ଷା ବୃଦ୍ଧି ପାଇଁ ପ୍ରସ୍ତାବ, ସ୍ପାଏ କ୍ୟାମେରା ଧରିବାକୁ ଦିଆଯାଉଛି ପ୍ରଶିକ୍ଷଣ

Published By : Prameya-News7 Bureau | July 30, 2025 IST

ପୁରୀ ୩୦।୭: ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ ସହିତ ସ୍ପାଏ କ୍ୟାମେରା ଜବତ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର । ଶ୍ରୀମନ୍ଦିରର ସୁରକ୍ଷା ଆମ ପାଇଁ ସର୍ବାଧିକ ଗୁରୁତ୍ବ ବୋଲି ଏସପି କହିଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ, ଜିଲ୍ଲା ପୋଲିସ, ସିଂହଦ୍ଵାର ଥାନା ସମ୍ପୂର୍ଣ୍ଣ ଆଲର୍ଟ ରହିଛି । ଏବେ ନୂଆ ନୂଆ ତରିକାରେ ସ୍ପାଏ କ୍ୟାମେରା ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବାରୁ ତାହା ପୋଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ତେବେ ସ୍ପାଏ କ୍ୟାମେରା ଧରିବା ପାଇଁ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଶ୍ରୀମନ୍ଦିର ଚାରି ଦ୍ଵାରରେ ସୁରକ୍ଷା ବୃଦ୍ଧି ପାଇଁ ପ୍ରସ୍ତାବ ରହିଛି । ଚାରି ଦ୍ବାରରେ ଲଗେଜ୍ ସ୍କାନିଙ୍ଗ ମେସିନ୍, ଆଣ୍ଟି ଡ୍ରୋନ୍ ସିଷ୍ଟମ ଲଗାଇବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଆଶା କରୁଛୁ ଖୁବଶୀଘ୍ର ଏହା ଆଗାମୀ ଦିନରେ କାର୍ଯ୍ୟକାରୀ ହେବ । 

ଶ୍ରୀମନ୍ଦିର ଭିତରୁ ଚଷମାରେ ଲାଗିଥିବା ସ୍ପାଏ କ୍ୟାମେରା ଜବତ ଘଟଣାରେ ଅଟକ ଥିବା ଯୁବକଙ୍କୁ ଛାଡି ଦିଆଯାଇଛି । ସ୍ପାଏ କ୍ୟାମେରା ଦ୍ବାରା କୌଣସି ଫଟୋ ଏବଂ ଭିଡିଓ ରେକର୍ଡ ହୋଇନଥିବା ପୋଲିସ ତଦନ୍ତ କରି ଜାଣିବା ପରେ ଯୁବକଙ୍କୁ ତାଗିଦ କରି ଛାଡି ଦିଆଯିବା ସହ ତାଙ୍କ ଅଭିଭାବକଙ୍କୁ ଅବଗତ କରାଯାଇଛି ବୋଲି ଏସପି କହିଛନ୍ତି । ସେପଟେ ପୁରୀ ସମୁଦ୍ର କୂଳରେ ମହିଳାଙ୍କ ସୁରକ୍ଷା ପାଇଁ ଆଗାମୀ ଦିନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଏଦିଗରେ ପୋଲିସ ନଜର ରଖିଛି ବୋଲି ଏସପି କହିଛନ୍ତି ।

You Can Read:

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ, ଏସ୍‌ପି କହିଲେ- ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ତଦନ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.