ଭୁବନେଶ୍ବର ୨୮।୮: ରାଜ୍ୟ ଉପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବୈଜ୍ଞାନିକ ଶରତ ସାହୁ । ଯାହା ଫଳରେ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ପୁଣି ଜାରି ରହିବ ବର୍ଷା ପୁଣି ଭିଜିବ ଓଡ଼ିଶା।
ସେପଟେ ଲଘୁଚାପ ପ୍ରଭାବରେ ଆଉ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ ବି ରହିଥିବା ବେଳେ ଲଘୁଚାପରେ ପରିଣତ ହୋଇଛି ସଦୃଶ ଲଘୁଚାପ । ଛତିଶଗଡ଼ ଉପରେ ସକ୍ରିୟ ରହିଛି । ଗୁରୁବାର ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଶୁକ୍ରବାରଠୁ କମିବ ବର୍ଷାର ପରିମାଣ । ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୩୦ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ନଥିବା ବେଳେ ପୁଣି ୩୧ରୁ ବଢିବ ବର୍ଷା । ୩୧ ତାରିଖରେ ମୟୁରଭଞ୍ଜ ଓ କେନ୍ଦୁଝର ରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଆହୁରି ୨୪ ଘଣ୍ଟା ମତ୍ସ୍ୟଜୀବୀଙ୍କ ପାଇଁ ଚେତାବନୀ ଦେଇଛି ବିଭାଗ । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଦକ୍ଷିଣ ପୂର୍ବ ଦିଗରୁ ପବନ ପ୍ରବାହିତ ହେଉଛି ପ୍ରଭାବରେ ବର୍ଷା ସମ୍ଭାବନା ରହୁଛି ।
You Can Read:
ବିଏମ୍ସି ଅଞ୍ଚଳରେ ସେପ୍ଟେମ୍ବର ଦ୍ଵିତୀୟ କିମ୍ବା ତୃତୀୟ ସପ୍ତାହରୁ ଆରମ୍ଭ ହେବ କୁକୁର ଗଣନା