ଡେବ୍ରିଗଡରେ ଗୟଳ ଗଣନା ଶେଷ, ଗତବର୍ଷ ସଂଖ୍ୟା ୬୫୯ ଥିବାବେଳେ ଏଥର ୧୨୯ ବଢିଛି

Published By : Prameya-News7 Bureau | June 06, 2025 IST

ସମ୍ବଲପୁର ୬ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ବା ଇଣ୍ଡିଆନ ବାଇସନ ଗଣନା ଶେଷ ହୋଇଛି । ମେ’ ୧୧ରୁ ୧୩ ତାରିଖ ୩ ଦିନ ଧରି ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ଗଣନା କରାଯାଇଥିଲା । ସମ୍ପୃକ୍ତ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିଲା । ତେବେ ଏହି ଗଣନାରେ ମୋଟ୍ ୭୮୮ଟି ଗୟଳ ଥିବା ଗଣନାରୁ ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩୧୫ ଛୁଆ ଥିବା ଜଣାପଡିଛି । 

ସାରା ଓଡ଼ିଶାରେ ଡେବ୍ରିଗଡରେ ହିଁ ଏତେ ମାତ୍ରାରେ ଗୟଳ ଦେଖା ଯାଉଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଗତବର୍ଷ ଏମାନଙ୍କ ସଂଖ୍ୟା ୬୫୯ ଥିବାବେଳେ ଏଥର ସଂଖ୍ୟା ୧୨୯ ବଢିଛି ।

You Can Read:

ଭୋଜି ଖାଇ ଫେରିବା ବେଳେ ଦୁର୍ଘଟଣା : ଗଛରେ ପିଟିହେଲା ବାଇକ୍, ୨ ଜଣଙ୍କ ମୃତ୍ୟୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.