News Rule : ନୂଆବର୍ଷରୁ ନୂଆ ନିୟମ ; ଗଞ୍ଜାମ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଫୁଲତୋଡ଼ା, ମିଠା ଓ ଉପହାର ସାମଗ୍ରୀକୁ ମନା

NEWS7
the-villagers-closed-the-market-in-protest-over-the-destruction-of-temples-and-shops-salipur-japakuda

ଗଞ୍ଜାମ : ନୂଆବର୍ଷ ଦିନ ଠାରୁ କାର୍ଯ୍ୟକାରୀ ହେବ ନୂଆ ନିୟମ। ପ୍ଲାଷ୍ଟିକ୍ ବର୍ଜନ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଫୁଲତୋଡ଼ା, ମିଠା ଓ ଉପହାର ସାମଗ୍ରୀ ଆଣିବାକୁ ମନା କରାଯାଇଛି। ଖାସ୍ କରି ନୂଆ ବର୍ଷ ଦିନ । ଏହି ଦିନ ସମସ୍ତ କାର୍ଯ୍ୟାଳୟ ପାଇଁ ଜାରି ହେଲା ମାର୍ଗଦର୍ଶୀକା। ଧରିତ୍ରୀ ମା'ଙ୍କ ପାଇଁ ପ୍ରତିଜ୍ଞା" ଶୀର୍ଷକ ଘୋଷଣାନାମାରେ ସାମିଲ ହେବାକୁ ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ବାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ।

ପ୍ରଗତି ପାଇଁ ପ୍ରତିଜ୍ଞା ଘୋଷଣାରେ ସାମିଲ ହେବା ପାଇଁ ଜିଲ୍ଲାବ୍ୟାପୀ ପ୍ରଚେଷ୍ଟା କରିବାକୁ ଆହ୍ବାନ ଦେଲେ ଜିଲ୍ଲାପାଳ। ମୂଖ୍ୟତଃ ଗୋଟିଏ ଥର ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ, ଥର୍ମୋକୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗୁଁ ପରିବେଶ ପ୍ରଦୂଷିତ ହେଉ ଥିବାରୁ ଏହି ପ୍ରଚେଷ୍ଟା ଆରମ୍ଭ ହୋଇଛି। ତେଣୁ ପରିବେଶ ପ୍ରଦୂଷଣ ରୋକିବାକୁ ନୂଆ ନିୟମକୁ କଡ଼ା କଡ଼ି ପାଳନ କରିବାକୁ ଅପିଲ୍ କରାଯାଇଛି।